ଗାଁ କୁ ଫେରିଲା ମୃତ ଦାଦନ ଶ୍ରମିକଙ୍କ ଶବ,କାନ୍ଦ ବୋବାଳି ରେ ଫାଟୁଛି ଗାଁ ଦାଣ୍ଡ।

କୋକସରା : ଲୋକ ଆବାଜ୍.ଇନ୍(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲାରେ ଥମୁନାହିଁ ଦାଦନ ମୃତ୍ୟୁ, ଜିଲ୍ଲା ର କୌଣସି ନା କୌଣସି ବ୍ଲକ ଅଞ୍ଚଳ କୁ କିଛି ଦିନ ର ବ୍ୟବଧାନ ପରେ ଫେରୁଛି ଦାଦନ ଶ୍ରମିକଙ୍କ ଶବ,ସେହି ଅଧ୍ୟାୟ ରେ ପୁଣି ଯୋଡ଼ିଛି ଆଉ ଏକ ଦାଦନ ଶ୍ରମିକଙ୍କ ନାଁ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁପାଡ଼ ଗ୍ରାମ ନାଏକ ପଡା ର ବୈକୁଣ୍ଠ ଧଙ୍ଗଡାମାଝୀ ଙ୍କ ଭେଣ୍ଡିଆ ପୁଅ ପଦ୍ମଲୋଚନ ଧଙ୍ଗଡାମାଝୀ (୨୫)(ପିଣ୍ଟୁ)ଗତ ଦୁଇ ମାସ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ।ସେଠାରେ କୌଣସି ଏକ ଘରୋଇ ଠିକାସଂସ୍ଥା ରେ ନିୟୋଜିତ ଥିଲେ।
ତେବେ ଗତ ଦୁଇ ଦିନ ତଳେ ଜ୍ୱର ହୋଇ ଗୁରୁତର ହେବାରୁ ସେଠାରେ ଥିବା ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ପରେ ଠିକାସଂସ୍ଥା ଏକ ଆମ୍ବୁଲାନ୍ସ ଯୋଗେ ମୃତ ଦାଦନ ଶ୍ରମିକଙ୍କ ଶବ କୁ ଗାଁ କୁ ପଠାଇଥିବା ବେଳେ ଶନିବାର ମୃତଦେହ ଗାଁ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।ପରେ ମୃତ ଦାଦନ ଶ୍ରମିକଙ୍କ ଶବ କୁ ଗାଁ ମଶାଣି ରେ ଦାହ କରାଯାଇଛି। ପରିବାର ର ରୋଜଗାରିଆ ପୁଅ ର ମୃତ୍ୟୁ କୁ ନେଇ ବାପା ମା ଭାଙ୍ଗି ପଡିଛନ୍ତି, ସରକାରୀ ସ୍ତରରେ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।
What's Your Reaction?






