ଗୁଛାପଡା ଠାରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ
କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସାପଲହରା ଗ୍ରାମ ପଞ୍ଚାୟତର ଗୁଛାପଡ଼ା ଠାରେ ନେସନାଲ କ୍ରାଇମ ରିସର୍ଚ୍ଚ ଇଣ୍ଟେଲିଜେନ୍ସ ବ୍ୟୁରୋ ତଥା ସିଆଇଡି ଅଧିକାରୀ ଶ୍ରୀ ତପନ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଏକ ସାମାଜିକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସ, କୁସଂସ୍କାର, ନାରୀ ନିର୍ଯ୍ୟାତନା ଓ ନିରକ୍ଷରତା ଆଦିର ନିବାରଣ ନିମିତ୍ତ ଆୟୋଜିତ ଏହି ସଭାରେ ସମାଜସେବୀ ଦେବ ରଣା ସଭାପତିତ୍ବ କରିଥିବା ବେଳେ ଆୟୁର୍ବେଦିକ ବିଶେଷଜ୍ଞ ସେବକ ରଣା କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ସରପଞ୍ଚ ପୃଥ୍ୱୀରାଜ ମାଝୀ ତଥା ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ଦିଲ୍ଲିପ ରଣା ଏବଂ କୁନ୍ଦନ ରଣା ପ୍ରମୁଖ ଯୋଗଦେଇ ଅନ୍ଧବିଶ୍ୱାସ, କୁସଂସ୍କାର, ନାରୀ ନିର୍ଯ୍ୟାତନା ଓ ନିରକ୍ଷରତା ଆଦିର କୁପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ।
ଉତ୍ତମ ସମାଜ ଓ ଉତ୍ତମ ରାଷ୍ଟ୍ରପାଇଁ ଜନସାଧାରଣଙ୍କୁ ପ୍ରଥମେ ଉତ୍ତମ ନାଗରିକ ହେବାକୁ ପଡ଼ିବ ବୋଲି ସଭାପତି ଶ୍ରୀ ଦେବ ରଣା ମତବ୍ୟକ୍ତ କରିଥିଲେ। ସାପଲହରା ସରପଞ୍ଚ ଶ୍ରୀମତୀ ରାଜେଶ୍ୱରୀ ସେନାପତି ଓ ମିଲିଟାରି ଅଫିସର ଲଳିତ ରଣାଙ୍କ ସହଯୋଗକ୍ରମେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି,ସମାଜସେବା ଓ ନୃତ୍ୟ ଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ବ୍ୟକ୍ତି ବିଶେଷଙ୍କୁ ' ସେବା ହିଁ ଧର୍ମ' ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯିବା ସହ 'ମାନବ ସେବା ହିଁ ମାଧବ ସେବା ' ଏହି ଉକ୍ତିକୁ ପାଥେୟ କରି ଜନସେବାକୁ ବ୍ରତ ରୂପେ ପାଳନ କରିବାକୁ ସମସ୍ତେ ସଂକଳ୍ପ କରିଥିଲେ। ସଭାକୁ ସମ୍ପାଦକ ଲକ୍ଷ୍ମୀଧର ରଣା ଓ ଟିମ ମ୍ୟାନେଜର କ୍ଷେତ୍ରରାଜ ରଣା ପରିଚାଳନା କରିଥିବା ବେଳେ ଶେଷରେ ଡାକ୍ତର ସୌମ୍ୟରଞ୍ଜନ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ କଟକ ପୋଲିସ ମୁଖ୍ୟାଳୟର ସିଏଡବ୍ଲ୍ୟୁ ମହିଳା ୟୁନିଟ କନଷ୍ଟେବଳ କୁମୁଦିନୀ ମାଝୀ,ନାରୀନେତ୍ରୀ ଝିଲିରଣା, ତପରଣା,ରିତା ରଣା ସମେତ ସଦସ୍ୟ ରାଷ୍ଟ୍ରଚନ୍ଦ୍ର ସେନାପତି ,ପ୍ରଶାନ୍ତ ରଣା, ବିକାଶ ସାହୁ, ଦୀପକ ସୁନା, ଦଣ୍ଡ ରଣା, ଛତ୍ରପତି ସାହୁ, ପପୁ ରଣା, ଅଭିନାଶ ରଣା, ମୁରଲୀ ସାହୁ, ଶେଷ ସାହୁ, ଧନମାଳି ସାହୁ ,ଥବିର ସାହୁ, କାଳିଆ ସାହୁ, ଦୁର୍ଯ୍ୟୋଧନ ଗୋହିର, ପ୍ରେମା ରଣା, ହେମନ୍ତ ରଣା, ଚୂଡ଼ାମଣି ରଣା, ସନାତନ ରଣା, ଭକ୍ତ ସାହୁ, ପୟ ସାହୁ, ଅମର ସାହୁ, ବିରେନ୍ଦ୍ର ସାହୁ, ବିନୋଦ ସାହୁ,ରାଜକୁମାର ରଣା, ଅମିତ ସାହୁ, ଧନୁର୍ଜୟ ରଣା, ଶୁଭମ ରଣା, ଭୁପିନ୍ଦର ରଣା, ପ୍ରକାଶ ରଣା, ଉଦିତ ରଣା, ଅର୍ଜୁନ ସାହୁ , ମାଧବ ସାହୁ ଓ ନରେଶ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ସାପଲହରା , ଯୋରାଡବରା ଓ ରେଗଡା ଗ୍ରାମ ପଞ୍ଚାୟତରୁ ସ୍ବେଚ୍ଛାସେବୀ ମାନେ ଅଂଶଗ୍ରହଣ କରିଥିଲେ।
What's Your Reaction?