ଗ୍ରାମ୍ୟ ଜଙ୍ଗଲ ପାହାଡ ଅକ୍ତିଆର ନେଇ ଗ୍ରାମବାସୀ ଙ୍କ ଅଭିଯୋଗ , ଡି, ଏଫ୍, ଓ ଏବଂ ଉପ ଜିଲ୍ଲାପାଳ ଙ୍କୁ ଭେଟିବାକୁ ସଜବାଜ
ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ଗ୍ରାମ୍ୟ ଜଙ୍ଗଲ ପାହାଡ ଅକ୍ତିଆର ନେଇ ଗ୍ରାମବାସୀ ଙ୍କ ଅଭିଯୋଗ , ଡି, ଏଫ୍, ଓ ଏବଂ ଉପ ଜିଲ୍ଲାପାଳ ଙ୍କୁ ଭେଟିବାକୁ ସଜବାଜ ବାଲିଗୁଡ଼ା - କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କିରିକୁଟି ଗାଁ ରେ ଗ୍ରାମ୍ୟ ଜଙ୍ଗଲ ଅକ୍ତିଆର ନେଇ ଅଭିଯୋଗ କଲେ ଗ୍ରାମବାସୀ l ଦାରିଙ୍ଗବାଡି ର ସନକ ସାହୁ ନାମକ ଜଣେ ବ୍ୟବସାୟୀ ଖାତା ନମ୍ବର 100 ପ୍ଲଟ ନମ୍ବର 223 ସଂଲଗ୍ନ ଜମି କୁ କ୍ରୟ କରି ନୀଳଗିରି ଚାରା ରୋପଣ କରିଛନ୍ତି ଜମି ନିକଟବର୍ତ୍ତି ପାହାଡ କୁ ମଧ୍ଯ ସଫାକରି ଗଛ ଲଗାଇଛନ୍ତି l
ଦୀର୍ଘ ବର୍ଷ ହେବ ବଂଶାନୁକ୍ରମେ ପାହାଡ ଉପରେ ନିର୍ଭରଶିଳ ଥିଲେ, କ୍ରୟକରି ଥିବା ଜମି ଉପରେ ଥିବା କିଛି ଗଛ କୁ କଟିଦେଇ ଥିବା ନେଇ ଗ୍ରାମବାସୀ କହିଛନ୍ତି l ଏହାର ତଦନ୍ତ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l ଏନେଇ ବ୍ୟବସାୟୀ ସନକ କୁମାର ସାହୁ ଙ୍କୁ ପଚାରିବାରୁ ନିଜ ପଟ୍ଟାଜମି ଉପରେ ଗଛ ଲଗାଇଥିବା କଥା କହିଛନ୍ତି l ଆଗାମୀ ଦିନରେ ଗ୍ରାମବାସୀ ପ୍ରଶାସନ ନିକଟ ରେ ଅଭିଯୋଗ କରି ନିରପେକ୍ଷ ତଦନ୍ତ ଓ କାର୍ଯାନୁଷ୍ଠାନ ପାଇଁ ଦାବୀ କରିବେ ବୋଲି କହିଛନ୍ତି l
What's Your Reaction?






