ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ଜାତୀୟ ସମ୍ବିଧାନ ଦିବସ ପାଳିତ,

Nov 27, 2024 - 20:44
 0  4
ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ଜାତୀୟ ସମ୍ବିଧାନ ଦିବସ ପାଳିତ,

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

 ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାସ୍ଥିତ ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ସଂଯୋଜକ ରାଜନୀତି ବିଜ୍ଞାନ ଅଧ୍ୟାପକ ହୃଷିକେଶ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଲେଜର ପ୍ରତିଷ୍ଠାତା ସଦସ୍ୟ ପ୍ରଭାତ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମ୍ବିଧାନ ଉପରେ ବକ୍ତବ୍ୟ ରଖିଥିଲେ। ସେହିପରି କଲେଜର ଅଧ୍ୟକ୍ଷ ଗିରିଧର ଦେହୁରୀ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ରହିବା ସହ ନିଜର ଦାୟିତ୍ୱ ଓ ସମ୍ବିଧାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ।ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଟଙ୍କଧର କମ୍ପ, ଅଧ୍ୟାପିକା ଶ୍ରୀମତୀ ମଧୁସ୍ମିତା ଭୋଇ, ଗିତାଞ୍ଜଳି ରଣା ପ୍ରମୁଖ ଉପସ୍ଥିତ ରହି ସମ୍ବିଧାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏଥିରେ ଅନେକ ଛାତ୍ରଛାତ୍ରୀ ନିଜ ନିଜର ମତାମତ ରଖିଥିଲେ। ଶେଷବର୍ଷର ଛାତ୍ରୀ ଦୁର୍ଲ୍ଲଭି ରଣା ସଭା ପରିଚାଳନା କରିଥିବା ସ୍ଥଳେ ଅଧ୍ୟାପିକା କବିତା ସାହୁ ଧନ୍ୟବାଦ ଦେଇଥିଲେ। ସେହିପରି ଘଣ୍ଟାପଡ଼ା ଥାନା,ଘଣ୍ଟାପଡା ପଞ୍ଚାୟତ, ଓ ସମସ୍ତ ବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l

What's Your Reaction?

like

dislike

love

funny

angry

sad

wow