ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ମେଗା ରକ୍ତଦାନ ଶିବିର ।

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ରକ୍ତ ବିନା କେହି ମରିବେ ନାହିଁ। ଏହି ନାରା ନେଇ ଅକ୍ଟୋବର ୨ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମଦିବସ କୁ ସେବା ଓ ସମର୍ପଣ ଦିବସ ଭାବେ ଗ୍ରହଣ କରି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଘଣ୍ଟାପଡ଼ାସ୍ଥିତ ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜ ଓ ମା' ମାହେଶ୍ଵରୀ ସେନାର ମିଳିତ ଉଦ୍ୟମରେ କଲେଜରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କଲେଜର ଛାତ୍ରଛାତ୍ରୀଙ୍କ ସହ ମୋଟ ୮୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରୁ କଲେଜର ଛାତ୍ରଛାତ୍ରୀ ସର୍ବାଧିକ ରକ୍ତଦାନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ. ଶୁଭମ ମିଶ୍ର ଓ ଖୁଣ୍ଟିଗୋରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ. ଆନନ୍ଦ ଭୁଏ ଯୋଗ ଦେଇ ଅନୁଷ୍ଠାନିକଭାବେ ଶିବିରକୁ ଉଦଘାଟନ କରିଥିଲେ।ପରେ କଲେଜର ଅଧ୍ୟକ୍ଷ ଗିରିଧର ବେହୁରୀଙ୍କ ସଭାପତିତ୍ଵରେ ଏକ ସଚେତନତା ସଭାର ଆୟୋଜନ ହୋଇଥିଲା। ଉକ୍ତ ସଭାରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଯୋଗଦେଇ ପ୍ରଥମେ ଆୟୋଜନକାରୀର କର୍ମକର୍ତ୍ତା ଓ ରକ୍ତ ଦାତାଙ୍କୁପ୍ରଶଂସା କରି ଅଭିଭାଷଣ ଆରମ୍ଭ କରିଥିଲେ ।ରକ୍ତଦାନ ଦ୍ଵାରା କଣ ହୁଏ ଓ ରକ୍ତଦାତାଙ୍କ କଣ ଉପକାର ହୁଏ ତା ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଫଳରେ ଏଥିରେ ଅନୁପ୍ରାଣିତ ହୋଇ ବହୁ ଛାତ୍ରଛାତ୍ରୀ ରକ୍ତ ଦାନ କରିଥିଲେ।
ସେହିପରି ଅନ୍ୟତମ ଅତିଥି ଭାବେ ୧ନଂ ଯୋନର ଜିଲ୍ଲାପରିଷଦ ସଦସ୍ୟା ସୁମିତ୍ରା ସାହୁ, ଖମନମୁଣ୍ଡା ସରପଞ୍ଚ ଅଳକା ପ୍ରଧାନ, ଶିକ୍ଷାବିତ ନୀଳାଞ୍ଚଳଭୋଇ, ଆଦିବାସୀ ନେତା ଡମ୍ବରୁଧର କହଁର, ବରିଷ୍ଠ ଓକିଲ ପ୍ରଶାନ୍ତ ସାହୁ ଓ କଲେଜର ପ୍ରତିଷ୍ଠାତା ସଦସ୍ୟ ପ୍ରଭାତ ସାହୁ ଯୋଗ ଦେଇ ରକ୍ତଦାନ ଶିବିର ଉପରେ ବକ୍ତବ୍ୟ ରଖିଥିଲେ। କଲେଜ କର୍ମଚାରୀ ଦେବେନ୍ଦ୍ର ନାଥ ରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଗିରିଧର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅତିଥି ରକ୍ତଦାନ ଶିବିର ବୁଲି ରକ୍ତଦାତାଙ୍କୁ ଉତ୍ସାହିତ କରି ପ୍ରତ୍ୟେକ ରକ୍ତ ଦାତାଙ୍କୁ ପ୍ରମାଣପତ୍ର ଦେଇଥିଲେ।ଶିବିରରେ କଲେଜ କର୍ମଚାରୀଙ୍କ ସମେତ ମା' ମାହେଶ୍ଵରୀ ସେନାର ସଦସ୍ୟମାନେ କାର୍ଯ୍ୟ କ୍ରମକୁ ସହଯୋଗ କରିଥିଲେ l
What's Your Reaction?






