ପାରିଗଡ଼ ରେ ଗାନ୍ଧୀ ଜୟନ୍ତୀ ଓ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜ଼ିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ପାରିଗଡ଼ ଗ୍ରାମ ପଂଚାୟତ ରେ ଗାନ୍ଧୀ ଜୟନ୍ତୀ ଓ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ l ପାରିଗଡ଼ ସରପଞ୍ଚ ଶ୍ରୀମତୀ ଆରତୀ ମଳିକ ଙ୍କ ନେତୃତ୍ୱ ରେ ଗାନ୍ଧୀ ଜୟନ୍ତୀ ଅବସର ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରେ ସ୍କୁଲ ହତା, ପଂଚାୟତ ପରିସର, ସାହି ଗଳିକନ୍ଦି ର ଆବର୍ଜନା ସଫା ସୁତରା କରାଯାଇ ଥିଲା ଏବଂ ଗାଁ କୁ ସ୍ୱଚ୍ଛ ନିର୍ମଳ ରଖିବା ପାଇଁ ଶପଥ ପାଠ କରାଯାଇଥିଲା ପରେ ଗ୍ରାମବାସୀ, ୱାର୍ଡ ମେମ୍ବର, ସି, ଆର, ପି, ଏମ. ବି. କେ. ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ନେଇ ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଥିଲା l ପlରିଗଡ଼ ଗ୍ରାମ ପଂଚାୟତ ର ବିଭିନ୍ନ ୱାର୍ଡ ରେ ରାସ୍ତା ଘାଟ., ପାନୀୟ ଜଳ ଏବଂ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମ ରେ ଗ୍ରାମବାସୀ ଙ୍କୁ କାମ ଯୋଗାଇ ଦେବା ସମ୍ବନ୍ଧରେ ଆଲୋଚନା ହୋଇଥିଲା l କାର୍ଯ୍ୟକ୍ରମ ରେ ଗ୍ରାମ ରୋଜଗାର ସେବକ ଲଙ୍କେଶ୍ୱର ପାତ୍ର, ୱାର୍ଡ ମେମ୍ବର ଭୀମ ସେନ ପାତ୍ର, ସୁକାନ୍ତ ନାୟକ ସମେତ ସମସ୍ତ ୱାର୍ଡ ସଭ୍ୟ ଉପସ୍ଥିତ ରହି ବୈଠକ କୁ ସଫଳ ରୂପାୟନ କରିଥିଲେ l
What's Your Reaction?






