ଘଣ୍ଟାପଡ଼ା ଶିଶୁ ମନ୍ଦିରରେ ମାତୃସମ୍ମିଳନୀ'

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ାସ୍ଥିତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ସଭାଗୃହରେ ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ସେଠଙ୍କ ସଭାପତିତ୍ୱରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ମାଆଙ୍କ ଉପସ୍ଥିତିରେ ଉକ୍ତ ସମ୍ମିଳନୀରେ ଘଣ୍ଟାପଡ଼ା ଡିଗ୍ରୀ କଲେଜର ଅଧ୍ୟକ୍ଷ ଗିରିଧର ଦେହୁରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ଏବଂ ଶିକ୍ଷାକ୍ଷେତ୍ରରେ ଶିଶୁଟିର ବିକାଶ ପାଇଁ ମାଆର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତବ୍ୟ ରଖିଥିଲେ। ସମ୍ମିଳନୀରେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ପ୍ରଭାତ କୁମାର ସାହୁ ଓ ମୁଖ୍ୟବକ୍ତା ଭାବେ ବିରେନ୍ଦ୍ର ପ୍ରସାଦ ଦେହୁରୀ ଉପସ୍ଥିତ ରହି ମାଁ ,ଶିଶୁ ଓ ଶିକ୍ଷକ ପାରସ୍ପରିକ ସମ୍ମନ୍ବୟରେ ଶିଶୁଟିର ବିକାଶ ଘଟିଥାଏ ବୋଲି ମତ ରଖିଥିଲେ। ସେହିପରି ପରିଚାଳନା କମିଟିର ସଭାପତି ଅଗସ୍ତି ମଲିକ,ସଂପାଦକ ରଣଜିତ ରଣା ଉପସ୍ଥିତ ରହି ଶିଶୁ ପାଇଁ କର୍ମମୟ ଜୀବନରେ ମାଆମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଗୁରୁମା ରଶ୍ମିତା ରଣା ଅତିଥି ପରିଚୟ ଓ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସେଠ ସମ୍ମିଳନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କମିଟୀ କୋଷାଧ୍ୟକ୍ଷ ଦେବେନ୍ଦ୍ରନାଥ ରଣା ଧନ୍ୟବାଦ ପ୍ରଦାନ କରିଥିଲେ।ପରେ ଶିଶୁମାନଙ୍କପାଇଁ ମାଆମାନଙ୍କ ନିମନ୍ତେ ହାତରନ୍ଧା ଦେଶୀୟ ଖାଦ୍ୟ ଓ ଜଳଖିଆ ପ୍ରଦର୍ଶନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଗୁରୁମା ସୁଷମା ସାହୁ, ସୁରଭି ସେଠ, ଜୟନ୍ତୀ ପ୍ରଧାନ,ସନ୍ତୋଷିନୀ ରଣା, ସିନି ଦେହୁରୀ, ଜ୍ୟୋତିର୍ମୟୀ ଦାଶ, ରୀତା ରଣା, ମଞ୍ଜୁ ମହଲା, ଗୁରୁଜୀ ଚୂଳଚକ୍ର ବର୍ଗେ, ଦୁର୍ଯ୍ୟୋଧନ ସିଂ କହଁର,ବିଶି କେଶନ ସାହୁ,ହିମାଦ୍ରୀ ରଣା , ସେବିକା ଜୟନ୍ତୀ ରଣା ଓ ସେବକ ରିଙ୍କଲ ବକ୍ସି ପ୍ରମୁଖ ସହଯୋଗ କରିଥିଲେ।
What's Your Reaction?






