ବୃହଦ୍ଦାକାର ସମବାୟ ସମିତିର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ।

Nov 24, 2024 - 20:28
 0  73
ବୃହଦ୍ଦାକାର ସମବାୟ ସମିତିର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ।

ମାଲକାନଗିରି; ଲୋକ ଆବାଜ. ଇନ(ଅବଦୁଲ ଗାନି ଙ୍କ ରିପୋର୍ଟ)

 ମାଲକାନଗିରି ଜିଲ୍ଲା ମାଥିଲି ସଦର ମହକୁମା ଠାରେ ଥିବା ବୃହଦ୍ଦାକାର ସମବାୟ ସମିତିର ସଭାନେତ୍ରୀ ମୁନିବତୀ ବୁଡୁବାଡି ଙ୍କ ନେତୃତ୍ୱରେ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ କେସିସି ବ୍ୟାଙ୍କ ର ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ କେସିସି ବ୍ୟାଙ୍କ ନିର୍ଦେଶକ ରମା କାନ୍ତ ରାଉଳ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ଏଆରସିଏସ,ଓଡିଶା କୋଅପରେଟିଭ ସଂଘର ସଭାପତି ଦିଗାମ୍ବର ନାୟକ,କେସିସି ବ୍ୟାଙ୍କ ନିର୍ଦେଶକ ଭୀମ ହରିଜନ,କେସିସି ବ୍ୟାଙ୍କ ନିର୍ଦେଶକ ଓ କୁଡୁମୁଲୁଗୁମ୍ମା ବୃହଦ୍ଦାକାର ସମବାୟ ସମିତିର ସଭାପତି ଗୋପୀ ପାଙ୍ଗି ଓ ଉଦୟନାଥ ମାନ୍ଦ୍ରୀ, ମାଥିଲି ସମିତିବୃହଦ୍ଦାକାର ସମବାୟ ସମିତିର ଉପ ସଭାନେତ୍ରୀ ଡ଼ମୁଣି ପୂଜାରୀ ଯୋଗ ଦେଇ ଚଳିତ ବର୍ଷ ମଣ୍ଡି ତଥା ଯେଉଁ ଚାଷୀ ଭାଇ ମାନେ ଋଣ ନେଇଛନ୍ତି ସେମାନେ କିପରି ଧାର୍ଯ୍ୟ ସମୟ ମଧ୍ୟରେ ପୈଠ କରିବେ ଓ ବାର୍ଷିକ ସାଧାରଣ ସଭା ବିବରଣୀ ପଠନ ଓ ନିଷ୍ପତି ଗ୍ରହଣ, ୨୦୨୩-୨୪ ବାର୍ଷିକ ଆୟ ବ୍ୟୟ ପଠନ ଓ ଅନୁମୋଦନ, ସମିତିର ସିଏସସି ମୋ ସେବା କେନ୍ଦ୍ର ଆରମ୍ଭ ସମ୍ବନ୍ଦେ ଆଲୋଚନା, ୨୦୨୪-୨୫ ବର୍ଷର ବଜେଟ ସମ୍ବନ୍ଧରେ ଆଲୋଚନା ହୋଇଥିଲା।ଏହି ବୈଠକରେ ବ୍ଲକ ର ନିର୍ଦେଶକ ହଳଧର ପୂଜାରୀ,ଡମୁ ନାୟକ,ସୁଭାଷ ଖୁଡିପିଆ, ତ୍ରିନାଥ ଭୂମିଆ, ସମ୍ବାରୁ ନାୟକ,ଜୀବନ ସାହୁ,ରାମେଶ୍ୱର ଚୌଧୁରୀ, ହଳଧର କୋପେ,ସୁଦର୍ଶନ ନାୟକ,ଫୁଲମତି ଜିରାମ,କାନାମ ରାଜୁ ନାୟକ ଓ ଭାଗତ ନାୟକ ଯୋଗ ଦେଇଥିବା ବେଳେ ବ୍ଲକର ଶହ ଶହ ଚାଷୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

What's Your Reaction?

like

dislike

love

funny

angry

sad

wow