ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ମ. ରାମପୁର :

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ମ.ରାମପୁର:
ଲୋକ୍ ଆଵାଜ୍.ଇନ୍(ବ୍ୟୁରୋ)-କଳାହାଣ୍ଡି ଜିଲ୍ଲା ମ.ରାମପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦୀପ୍ତି ରଞ୍ଜନ ଦାଶଙ୍କ ଅଦାଲତରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଲୋକ ଅଦାଲତରେ ୧ଗୋଟି ସାଲିସ ଯୋଗ୍ୟ ମାମଲା ଓ ୧୨ ଗୋଟି ଅନ୍ୟାନ୍ୟ ଫୌଜଦାରୀ ମାମଲା ଏଫ୍ ଆର୍ ଟି ର ସମାଧାନ କରାଯାଇଛି। ପ୍ରାକ୍ ମକଦ୍ଦମା କ୍ଷେତ୍ର ରେ ୨୩୧ଗୋଟି ରାଜସ୍ବ ମାମଲା ର ସମାଧାନ କରାଯାଇ ୪୦ହଜାର ୨ଶହ ୯୮ଟଙ୍କା ଆଦାୟ କରାଯାଇଥିବା ବେଳେ ୧୦୩ଗୋଟି ବ୍ୟାଙ୍କ୍ ସମ୍ବନ୍ଧୀୟ ଋଣ ମାମଲା ରେ ୨୧ଲକ୍ଷ ୫୦ହଜାର୭୦୦ଟଙ୍କା ଆଦାୟ କରାଯାଇଛି। ଏହି ଲୋକ ଅଦାଲତରେ ଅଦାଲତ ର କର୍ମଚାରୀ, ମ.ରାମପୁର ଓକିଲ ସଂଘ ର ସମସ୍ତ ସଦସ୍ୟ ଏବଂ ବ୍ୟାଙ୍କ୍ କର୍ମଚାରୀ ସହଯୋଗ କରିଥିଲେ। ଦୀର୍ଘ ଦିନ ଧରି ଚାଲୁ ଆସୁଥିବା ମକଦ୍ଦମା ର ସହଜ ସମଧାନ ପାଇଁ ଲୋକ ଅଦାଲତ ର ସୁଯୋଗ ନେବା ପାଇଁ ଅଧ୍ୟକ୍ଷ ମହୋଦୟ ସୂଚନା ଦେଇଥିଲେ। ସବିଶେଷ ବିବରଣୀ ପାଇଁ କୋର୍ଟ ପରିସର ରେ କାର୍ଯ୍ୟରତ ତାଲୁକ୍ ଆଇନ ସେବା କାର୍ଯ୍ୟାଳୟ ସହିତ ସାଧାରଣ ଜନତା ଯୋଗାଯୋଗ କରି ପାରିବେ ବୋଲି କହିଥିଲେ ।
What's Your Reaction?






