ଛାତ୍ରୀ ସ୍ନେହଲତାଙ୍କୁ ଜିଲ୍ଲାପାଳ କଲେ ଉତ୍ସାହିତ , ବୋର୍ଡ ପରୀକ୍ଷା ପାଇଁ ପ୍ରେରଣା ପ୍ରଦାନ
ନୂଆପଡ଼ା ୨୪-୧୧ :ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)
ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ସିନାପାଲି ବ୍ଲକ ସମଲେଶ୍ଵରୀ ହାଇ ସ୍କୁଲ ଟିମନପୁରର ଦଶମ ଶ୍ରେଣୀ ଛାତ୍ରୀ ସ୍ନେହଲତା ଗହିର ପିତା - ହୃଦାନନ୍ଦ ଓ ମାତା - ଦେବକୀଙ୍କ ଘରକୁ ଯାଇ ଉକ୍ତ ଛାତ୍ରୀ ଙ୍କୁ ଆଗାମୀ ଦଶମ ବୋର୍ଡ ପରୀକ୍ଷାରେ କେମିତି ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବେ ସେଥି ପାଇଁ ଉତ୍ସାହିତ କରିବା ସହ ପ୍ରେରଣା ପ୍ରଦାନ କରିଥିଲେ ।
ସମୟାନୁବର୍ତ୍ତିତା ଓ ପଢ଼ିବାର ଉଚିତ୍ ନିର୍ଘଣ୍ଟ ସ୍ଥିର କରି ଲକ୍ଷ୍ୟ ପଥରେ ଆଗେଇବାକୁ ଶିକ୍ଷକ ଙ୍କ ସହଯୋଗ ନେବାକୁ ଆହ୍ବାନ କରିଛନ୍ତି । ଜିଲ୍ଲାପାଳଙ୍କ ସହ ଉପ ଜିଲ୍ଲାପାଳ ସୁରମି ସୋରେନ,ବି ଡି ଓ କାର୍ମୀ ଓରାମ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାଏକ,ବ୍ଲକ ଉପାଧ୍ୟକ୍ଷା ମୀନା ଘିଭେଲା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଠ,ଶିକ୍ଷକ ରବୀନ୍ଦ୍ର କୁମାର ମେଣ୍ଡାଲି,ଅଶୋକ କୁମାର ସା,ନୀଳାଦ୍ରି ବିହାରୀ ସୂପ କାର,ତରଣି ସାହୁ ଉପସ୍ଥିତ ଥିଲେ ।
What's Your Reaction?