ଛେଳି ଚାଷୀ ଙ୍କ ୧୬ ମେଳଛା ଓ ଛେଳି ମୃତ, କାରଣ ଅସ୍ପଷ୍ଟ, କ୍ଷତିପୂରଣ ଦାବି।

Nov 10, 2024 - 10:16
 0  10
ଛେଳି ଚାଷୀ ଙ୍କ ୧୬ ମେଳଛା ଓ ଛେଳି ମୃତ, କାରଣ ଅସ୍ପଷ୍ଟ, କ୍ଷତିପୂରଣ ଦାବି।

କଳାହାଣ୍ଡି : ଲୋକ ଆବାଜ୍.ଇନ୍( ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ )

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗା ପଦର ଗ୍ରାମ ର ଜଣେ ଗରିବ ଛେଳି ଚାଷୀ ଗୟାଧର ପୁଝାରି ଙ୍କ ଗୃହ ପାଳିତ ୧୬ ଗୋଟି ମେଳଛା ଓ ଛେଳି ଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସବୁଦିନ ଭଳି ଶନିବାର ଚାଷୀ ଗୟାଧର ପାଖରେ ଥିବା ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳ ରେ ଛେଳି ଓ ମେଳଛା ଚରାଇବାକୁ ନେଇଥିଲେ। ସନ୍ଧ୍ୟାରେ ଘରକୁ ଆସିବା ପରେ ପେଜ ର ତୋରାଣି ପିଅ ବାକୁ ଦେଇ ଗୁହାଳ ରେ ଛେଳି ଓ ମେଳଛା କୁ ରଖିଥିଲେ। ତେବେ କିଛି ସମୟ ପରେ ଅସ୍ୱାଭାବିକ ଭାବେ ଛେଳି ଓ ମେଳଛା ମାନେ ବୋବାଇବାରୁ ଗୁହାଳ ଖୋଲି ଦେଖିବାରୁ ୧୪ ଗୋଟି ମେଳଛା ଓ ୨ ଗୋଟି ଛେଳି ଛଟପଟ ହେବାସହ କିଛି ସମୟ ମଧ୍ୟରେ ସମସ୍ତ ଙ୍କ ମୃତ୍ୟୁ ହୋଇଥିଲା। ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଥିବା ବେଳେ ବିଷକ୍ରିୟା ରୁ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ତେବେ ଛେଳି ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଗୟାଧର ପୁଝାରି ଙ୍କ ପାଇଁ ଏହି ଘଟଣା ପରେ ପରିବାର ଦୁଖଃ ରେ ଭାଙ୍ଗି ପଡିଛନ୍ତି। ଏନେଇ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ସୂଚନା ଦେବାସହ ପ୍ରଶାସନ ନିକଟରେ ସହାୟତା ଯୋଗାଇଦେବାକୁ ପଦକ୍ଷେପ ନେବେ ବୋଲି କହିଛନ୍ତି। ଘଟଣା ସମ୍ପର୍କରେ କୋକସରା ପ୍ରାଣୀ ଚିକିତ୍ସା ଅଧିକାରୀ ସୁଜିତ କୁମାର ଶତପଥୀ ଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ସମ୍ପର୍କରେ ଖବର ମିଳିଛି, ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଳି କହିଛନ୍ତି।

What's Your Reaction?

like

dislike

love

funny

angry

sad

wow