ଜଳନ୍ଧର ଦରବାର ପାଇଁ କଳାକାର ବରଣ

କଣ୍ଟାମାଳ : ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଯୋର ଗ୍ରାମରେ ଚଳିତ କାର୍ତ୍ତିକ ମାସ ଛାଡଖାଇ ଦିନ ଗ୍ରାମ୍ୟ କମିଟି ଦ୍ୱାରା ଆୟୋଜିତ ହେବାକୁ ଥିବା ଜଳନ୍ଧର ଦରବାର ପାଇଁ କଳାକାର ବରଣ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।ଚଳିତ ବର୍ଷ ଜଳନ୍ଧର ଭୂମିକାରେ ସୁନାମ ଧନ୍ୟ କଳାକାର ମନୋଜ ମହାନ୍ତିଙ୍କୁ ଅଭିନୟ କରିବା ପାଇଁ କମିଟି ତରଫରୁ ଶ୍ରିଫଳ, ଉତ୍ତରୀୟ ଓ ପୁଷ୍ପମାଳ ଦେଇ ବରଣ କରିଥିଲେ ।ଚଳିତ ବର୍ଷ ମଧ୍ୟ ଛାଡଖାଇ ଅବସରରେ ଆସନ୍ତା ନଭେମ୍ବର ମାସ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଜଳନ୍ଧର ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ଚୂଡାନ୍ତ ନିଷ୍ପତି ନିଆଯାଇଛି ।ଏହି ବରଣ କାର୍ଯ୍ୟକ୍ରମରେ ଛାଡଖାଇ ଯାତ୍ରା କମିଟିର ପୁଝାରୀ ମିଥୁନ ଦେହେରିଆ,ଦୁର୍ଯ୍ୟୋଧନ ମେହେର (ମାଲୁ),ଚିତ୍ତ ରଞ୍ଜନ ସାହୁ,ନାରାୟଣ ମେହେର,ଉପେନ୍ଦ୍ର ମେହେର,ମୁନୁ ମେହେର,ଯୁଗେଶ୍ୱର ମେହେର,ରଞ୍ଜନ ମେହେରଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
What's Your Reaction?






