ଉଦଯାପିତ ହେଲା କଣ୍ଟାମାଳ ବସଷ୍ଟାଣ୍ଡ ସୁବର୍ଣ୍ଣ ଜୟନ୍ତୀ ସମାରୋହ l

କଣ୍ଟାମାଳ୧୪/୧୦: ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବସଷ୍ଟାଣ୍ଡ ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ ହୋଇ ଯାଇଛି l ଏହି ଅବସରରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଏବଂ ଆମେ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ରାବଣ ଦରବାର ଅନ୍ତିମ ସଂଧ୍ୟାରେ କୁମ୍ଭକର୍ଣ୍ଣ, ଇନ୍ଦ୍ରଜିତ ବଧ ସହିତ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଦ୍ୱାରା ପ୍ରବଳ ପ୍ରତାପୀ ରାବଣର ନିଧନ ହୋଇଥିଲା l
ଉଦଯାପନୀ ସନ୍ଧ୍ୟାରେ ରାଜକୀୟ ଅତିଥିଭାବେ ବୌଦ୍ଧ ବିଧାୟକ ତଥା ବିଧାନସଭାର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଯୋଗ ଦେଇ କଣ୍ଟାମାଳ ଅଞ୍ଚଳର କଳା, ସଂସ୍କୃତିକୁ ଭୂୟଶୀ ପ୍ରଂଶସା କରିବା ସହ ରାଜ୍ୟ ସରକାର ବିଲୁପ୍ତ ଲୋକକଳା ପୁନଃରୁଦ୍ଧର ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ଅନ୍ୟତମ ରାଜ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ସାହୁ, ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି,ଦୈନିକ ହୀରାଞ୍ଚଳ ର ସମ୍ପାଦକ ଯୁଗଳକିଶୋର ସାମଲ, ସରପଞ୍ଚ ଶାରଦୁଲ ନାଗ, ବିଜେପି ନେତା ଶିତିକଣ୍ଠ ମିଶ୍ର ପ୍ରମୁଖ ଯୋଗ ଦେଇ ଥିଲେ l ଏହି ଅବସରରେ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା l ଗୀତିକାର ପରେଶ ସାହୁ ଓ ପୁରନ୍ଦର ଠେଲାଙ୍କ ଦ୍ୱାରା ଲୋକଗୀତ ପରିବେଷିତ ହୋଇ ଥିବା ବେଳେ ମଞ୍ଚସ୍ଥ ଲୋକ ନାଟକ ରାବଣ ଦରବାରକୁ ଦର୍ଶକ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଉପଭୋଗ କରିଥିଲେ l ରାବଣ ଚରିତ୍ରରେ ରବୀନ୍ଦ୍ର କୁମାର ସାହୁ ଅଭିନୟ କରିଥିବା ବେଳେ ବସନ୍ତ କୁମାର ଖଟୁଆ ଓ ଶରତ କୁମାର ସାହୁ ମଞ୍ଚ ପରିଚାଳନା କରଥିଲେ l
What's Your Reaction?






