ଜାତୀୟ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ
ନୂଆପଡ଼ା - ୧୫-୮ ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡ଼େନ ଏସ ଏସ ଡି ଖେଳ ପଡ଼ିଆ ଠାରେ ଆୟୋଜିତ ୮୦ ତମ ସ୍ବାଧିନତା ଦିବସ ପାଳନ ଅବସରରେ ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ।ବିଶିଷ୍ଟ ଅତିଥି ରୂପେ ବି ଡି ଓ ଚିନ୍ମୟ କୁମାର ସାଗର, ବ୍ଲକ ଉପାଧ୍ୟକ୍ଷା ସଙ୍ଗୀତା ମାଝୀ,ତହସିଲଦାର ସରିତା ଗୁପ୍ତା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ରୂପେ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଭୁବନେଶ୍ୱର ପାଣିଗ୍ରାହୀ,ଅତିରିକ୍ତ ତହସିଲଦାର ଅନସୂୟା ବାଗ ଦେବୀ, ଡବ୍ଲୁ ଇ ଓ କ୍ଷଣପ୍ରଭା ପାଣିଗ୍ରାହୀ, ଜିପିଡିଓ ଭୀଷ୍ମ କୁମାର, ସମାଜ ସେବୀ ଫାରୁକ୍ ମହମ୍ମଦ,ସମାଜ ସେବୀ ରାଜ କୁମାର ନାଗ,ପୂର୍ବତନ ସମିତି ସଭ୍ୟ ସୌଦାଗର ସାହୁ,ସମାଜ ସେବୀ ପରିକ୍ଷିତ ମାଝୀ,ବରିଷ୍ଠ ନାଗରିକ ପର୍ଶୁରାମ ସେଠୀ,ସ୍ନାତକ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଡଃ କିଶୋର କୁମାର କର୍ଣ୍ଣ,ଅଧ୍ୟାପିକା ପ୍ରୀତି ସୁଧା ପଣ୍ଡା,ଭ୍ରମର ପାଲ ସିଂ ଓ ଏସ ଏସ ଏଫ୍,ଏସ ଏସ ଡି ପ୍ରଧାନ ଶିକ୍ଷକ ଦୈତାରି ବିଶ୍ଵାଳ,ବି ଏଫ୍ ଓ ଶ୍ରବଣ ଜାଲ,ପ୍ରଧାନ ଗୁରୁଜୀ ମୁରାରି ଲାଲ ହୋତା ପ୍ରମୁଖ ମଞ୍ଚାସିନ ଥିଲେ ।ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।ଆଜିର ପ୍ୟାରେଡ କୁ +୨ କ୍ରୀଡ଼ା ଶିକ୍ଷକ ପରମେଶ୍ବର ପଣ୍ଡା,+୩ କ୍ରୀଡ଼ା ଶିକ୍ଷକ ଲଳିତ ମୋହନ ପଣ୍ଡା ଓ ଏସ ଏସ ଡି ରୁ କ୍ରୀଡ଼ା ଶିକ୍ଷକ ଶ୍ରୀନିବାସ ଯୋଶୀ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ଲୋକ ପ୍ରତିନିଧି,ସ୍ବେଚ୍ଛାସେବୀ ଅନୁଷ୍ଠାନ, ବୋଡ଼େନ ସ୍ଥିତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ,ପୋଲିସ ବିଭାଗ ଓ ସୁରକ୍ଷା ବଳ,ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି,ବୋଡ଼େନର ଭଦ୍ର ବ୍ୟକ୍ତି ଓ ସାଧାରଣ ଜନତା,ଆୟୋଜକ କମିଟି,ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ରାଜ୍ୟ ସମ୍ପାଦକ ଏ ୟୁ ପି ଟି ଏଫ୍ ଓଡ଼ିଶା ବୈଷ୍ଣବ ଦୁରିଆ ମଞ୍ଚ ପରିଚାଳନା କରିଥିବାବେଳେ ଡବ୍ଲୁ ଇ ଓ କ୍ଷଣପ୍ରଭା ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
What's Your Reaction?