ଜିତେନ୍ଦ୍ର ପଟ୍ଟନାୟକ ସ୍ମୃତି ସମ୍ମାନ ରେ ସମ୍ମାନିତ ହେଲେ କନ୍ଧମାଳ ର ବିଶିଷ୍ଟ ନାଟ୍ୟ ନିର୍ଦେଶକ ଡ଼ଃ ଅରୂପ ଜେନା l

ବାଲିଗୁଡା :;ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜ଼ିଲ୍ଲା ର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ସଭାପତି ତଥା ପ୍ରତିଷ୍ଠାତା ସଦସ୍ୟ ବରିଷ୍ଠ ସାମ୍ବାଦିକ ବିଶିଷ୍ଟ ନାଟ୍ୟ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ଡଃ ଅରୂପ କୁମାର ଜେନା ଭୁବନେଶ୍ୱର ଜୟଦେବ ଭବନରେ ନଭେମ୍ବର ୧୧ତାରିଖ ସଂନ୍ଧ୍ୟାରେ ଗୀତିକବି ଜୀତେନ୍ଦ୍ର ପଟନାୟକ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ ହୋଇ ଜିଲା ପାଇଁ ଗୌରବ ଆଣିଦେଇଛନ୍ତି l ଡ଼ଃ ଅରୂପ ଜେନା ବହୁ ମଞ୍ଚ ନାଟକ ରେ ଅଭିନୟ କରିବା ସହିତ ନିର୍ଦ୍ଦେଶନା ଦେଇ ଜ଼ିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ନଜିର ରହିଛି ଏବଂ ଜ଼ିଲ୍ଲା ର ଆଗ ଧାଡ଼ିର ସାମ୍ବାଦିକ ଓ ସମାଜ ସେବୀ ଭାବେ ତାଙ୍କର ସୁନାମ ରହିଛି l ଆଜି ଏହି ଜିତେନ୍ଦ୍ର ପଟ୍ଟନାୟକ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇ ଥିବାରୁ କନ୍ଧମାଳ ର ବରିଷ୍ଠ ମଞ୍ଚ କଳାକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଶୁଭେଚ୍ଛା ଜଣାଇଛନ୍ତି l
What's Your Reaction?






