ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ନୂଆପଡ଼ା - ଲୋକ ଆବାଜ୍. ଇନ୍ (ରାମନାଥ ପଣ୍ଡା ଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡେ଼ନ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଙ୍କ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ, ଏସ ପି ଓ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଆସିଥିବା ଅଭିଯୋଗ ସବୁର ସମାଧାନ କରିଥିଲେ। ଆଜିର ମୋଟ ୪୯ ଗୋଟି ଅଭିଯୋଗ ମଧ୍ୟରୁ ୪୩ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୬ ଗୋଟି ଗୋଷ୍ଠୀଗତ ଅଭିଯୋଗ ଶୁଣାଣି ପ୍ରଶାସନ କରିଛନ୍ତି। ଏହିସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ସହିତ, ଡି ଏଫ ଓ ଅଜିଜ ଖାନ,ଅତିରିକ୍ତ ଜିଲାପାଳ ସୁବାଷ ଚନ୍ଦ୍ର ରଇତା , ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସିଡିଏମଓ
ଡ଼ଃ ଧରଣୀଧର ସେନାପତି ଶୁଣାଣି ରେ ଭାଗ ନେଇଥିଲେ l ବୋଡେ଼ନ ବିଡ଼ିଓ ପ୍ରିୟରଞ୍ଜନ କୁମାର , ତହସିଲଦାର ସରିତା ଗୁପ୍ତା ସହଯୋଗ କରିଥିଲେ l ଜିଲ୍ଳା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଜିଲ୍ଳା ସମାଜ ମଙ୍ଗଳ ଅଧିକାରିଣୀ ସଂଗୀତା ପାତ୍ର, ଜିଲ୍ଳା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଜିଲ୍ଳା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ, ଏଲ ଡି ଏମ ସୀତା ରାମ ମେହେର, ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠି, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହୃଷିକେଶ ଚାନ୍ଦ ହାଁସଦା, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ,ଜିଲ୍ଳା ପ୍ଳାନିଙ୍ଗ ଅଧିକାରୀ ଅଙ୍କିତ ମହାକୁର, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଇଞ୍ଜିନିୟର, ଲାଇନ ବିଭାଗ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ଭବିଷ୍ୟତରେ ଏହି ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଆହୁରି ଲୋକାଭିମୁଖୀ କରି ପ୍ରଶାସନ ଲୋକମାନଙ୍କ ଦ୍ୱାରରେ ପହଞ୍ଚିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି l ଏହାସହିତ ଜିଲ୍ଲାର ପ୍ରବାସୀ ଶ୍ରମିକ ସମସ୍ୟାର ଆଶୁ ସମାଧାନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି l ଶିବିର ପରେ ବୋଡେ଼ନ ବ୍ଳକର ସାମ୍ବାଦିକ ବିଶିକେଶନ ପଣ୍ଡା,ଭାଗ୍ୟବାନ ମାଝୀ,ରାମନାଥ ପଣ୍ଡା, ଗଣେଶ ଚନ୍ଦ୍ର ବାଗ, ଭୁବନେଶ୍ୱର ପାଣ୍ଡେ,ନୀଳମଣି ପଣ୍ଡା,ଉପେନ୍ଦ୍ର ବାଗ,ମନୋଜ ଖମାରୀ ଜିଲ୍ଲାପାଳ ମଧୁସୂଦନ ଦାସ ଓ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ l
What's Your Reaction?






