ନୂଆପଡାରୁ ପ୍ରବାସୀ ଶ୍ରମିକ ପ୍ରଥା ର ମୁଳୋତ୍ପାଟନ ହେବ - ଜିଲ୍ଲାପାଳ

ନୂଆପଡ଼ା -:ଲୋକ୍ ଆବାଜ୍.ଇନ୍(ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ସମ୍ମିଳନୀ କକ୍ଷ ଠାରେ
ନୂଆପଡ଼ା ଜିଲ୍ଲାର ବୋଡେ଼ନ ବ୍ଲକର ପ୍ରବାସୀ ଶ୍ରମିକ ପ୍ରବଣ ଅଞ୍ଚଳ ଲିଟିସର୍ଗି ପଞ୍ଚାୟତ ରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି ଏକ ସାଧାରଣ ସଭାରେ ଯୋଗଦେଇ ଶ୍ରମିକ ମାନଙ୍କ ସହିତ ଭାବ ଆଦାନ ପ୍ରଦାନ କରିଛନ୍ତି l ଏହି ସଭାରେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଗୁଣ୍ଡଳା ରେଡ୍ଡୀ ରାଘ ବେନ୍ଦ୍ର, ବନଖଣ୍ଡ ଅଧିକାରୀ ଅଜିଜ ଖାନ ,ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରାଇତା ,ଜିଲ୍ଳା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ, ବି ଡି ଓ ପ୍ରିୟରଞ୍ଜନ କୁମାର, ଲିଟିସର୍ଗି ସରପଞ୍ଚ ମିନତୀ ନନ୍ଦ ,ତହସିଲଦାର ସରିତା ଗୁପ୍ତା,ଏଲ ଡି ଏମ ସିତାରାମ ମେହେର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇ ଶ୍ରମିକ ମାନଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲେ l
ପଞ୍ଚାୟତିରାଜ, ବନବିଭାଗ, ଶ୍ରମ ବିଭାଗ,କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ପଶୁପାଳନ, ଜଳଛାୟା ପ୍ରକଳ୍ପ, ହସ୍ତଶିଳ୍ପ, ସାମାଜିକ କଲ୍ୟାଣ ଇତ୍ୟାଦି ବିଭିନ୍ନ ବିଭାଗରେ ରୋଜଗାର ଯୋଗାଇଦେବା ପାଇଁ ସରକାରଙ୍କ ଅନେକ ଯୋଜନାଥିବା ପ୍ରକାଶ କରିଛନ୍ତି ବିଭାଗୀୟ ଅଧିକାରୀ ।ନିଜ ଗ୍ରାମ ତଥା ପଂଚାୟତରେ ଆବଶ୍ୟକୀୟ ଶ୍ରମ ଭିତ୍ତିକ ରୋଜଗାର ଜିଲ୍ଲା ପ୍ରଶାସନ ଯୋଗାଇ ଦେବା ବ୍ୟବସ୍ଥା କରିଥିବାରୁ କେହି ଜଣେ ମଧ୍ୟ ନିଜ ଭିଟାମାଟି ଛାଡି ଯନ୍ତ୍ରଣା ଦାୟକ ପ୍ରବାସୀ ଶ୍ରମିକ ଭାବରେ ଅନ୍ୟ ରାଜ୍ୟ ନ ଯିବାପାଇଁ ଜିଲ୍ଲପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ବୋଡ଼େନ ବି ଡି ଓ ପ୍ରିୟରଞ୍ଜନ କୁମାର ଆଜିକାର ଏହି ସଭାର ମଞ୍ଚ ପରିଚାଳନା କରିଥିଲେ ।
What's Your Reaction?






