ଜିଲ୍ଲାପାଳ ଓ ଡି ଆଇ ପି ଆର୍ ଓ ଙ୍କୁ ସାମ୍ବାଦିକଙ୍କ ସୌଜନ୍ୟ ମୂଳକ ସାକ୍ଷାତ

ନୂଆପଡ଼ା:ଲୋକ୍ ଆବାଜ୍.ଇନ୍(ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା ।ଅଭିଯୋଗ ଶୁଣାଣୀ ପରେ ବୋଡ଼େନ ବ୍ଲକ ସାମ୍ବାଦିକ ସଂଗଠନରୁ ବିଶିକେଶନ ପଣ୍ଡା,ରାମନାଥ ପଣ୍ଡା,ଭାଗ୍ୟବାନ ମାଝୀ,ଗଣେଶ ଚନ୍ଦ୍ର ବାଗ, ଭୁବନେଶ୍ୱର ପାଣ୍ଡେ, ଉପେନ୍ଦ୍ର ବାଗ,ମନୋଜ ଖମାରୀ ,ନୀଳମଣି ପଣ୍ଡା ପ୍ରମୁଖ ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କୁ ଶୌଜନ୍ୟ ମୂଳକ ସାକ୍ଷାତ କରି ସ୍ବାଗତ କରିବା ସହିତ ବ୍ଲକର ଅନେକ ସମସ୍ୟା ଉପରେ ଆଲୋଚନା କରିଥିଲେ ।ବ୍ଲକର ବିକାଶ ଦିଗରେ ଜିଲ୍ଲାପାଳ ସମସ୍ତ ସାମ୍ବାଦିକଙ୍କୁ ସବୁପ୍ରକାର ସହଯୋଗ କରିବାକୁ ସାମ୍ବାଦିକ ଅନୁରୋଧ କରିଛନ୍ତି ।ପୁଣି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସହ ଆଲୋଚନା କରି ଜିଲ୍ଲାର ପ୍ରତିଟି ସମସ୍ୟା ଜିଲ୍ଲା ଅଧିକାରୀଙ୍କ ପାଖରେ ଉପସ୍ଥାପନ କରାଯିବ ଏବଂ ତା'ର ଶୀଘ୍ର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।
What's Your Reaction?






