ଜିଲ୍ଲାପାଳ ହେବ ତ ଏମିତି......... ଅସହାୟ ଶିଶୁର ଥଇଥାନ ବ୍ୟବସ୍ଥା କଲେ ଜିଲ୍ଲାପାଳ

Sep 12, 2024 - 22:52
 0  16
ଜିଲ୍ଲାପାଳ ହେବ ତ ଏମିତି......... ଅସହାୟ ଶିଶୁର ଥଇଥାନ ବ୍ୟବସ୍ଥା କଲେ ଜିଲ୍ଲାପାଳ

ନୂଆପଡ଼ା : ଲୋକ ଆବାଜ୍. ଇନ୍ (ରାମ ନାଥ ପଣ୍ଡା ଙ୍କ ରିପୋର୍ଟ)

ନୂଆପଡା ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥାର ଅନ୍ତ ଘଟାଇବା ପ୍ରୟାସରେ ଜିଲ୍ଲାପାଳ ମଧୁସୂଦନ ଦାଶ ଗତକାଲି ଲିଟିସର୍ଗି ଗ୍ରାମ ପଞ୍ଚାୟତରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ଏବଂ ସେଠାକାର ପୁରୁଷ ଓ ମହିଳା ଶ୍ରମିକ ମାନଙ୍କୁ ନେଇ ଏକ ସଚେତନତା ସଭାର ଆୟୋଜନ କରିଥିଲେ l ଏଠାରେ ସୂର୍ଯ୍ୟ ପ୍ରକାଶ ହଂସ ନାମକ ଏକ ପିତୃହୀନ ଏବଂ ମା ପରିତ୍ୟାଗ କରିଦେଇଥିବା ଅସହାୟ ବାଳକକୁ ନେଇ ସହାୟତା ପାଇଁ ତା'ର ଅଜା ଜିଲ୍ଲାପାଳଙ୍କୁ ଗୁହାରି କରିଥିଲା l ପିଲାଟି ପାଠ ପଢି ଜୀବନରେ ଉନ୍ନତି କରିବା ପାଇଁ ସ୍ୱପ୍ନ ଦେଖୁଥିଲା l ପରିସ୍ଥିତି ର ଗମ୍ଭୀରତା କୁ ଉପଲବ୍ଧି କରି ଜିଲ୍ଲାପାଳ ଏହାକୁ ତୁରନ୍ତ ସାହାଯ୍ୟ କରିବା ପାଇଁ ଡିସିପିଓ ଆନ୍ତର୍ଯ୍ୟାମୀ ବଳିୟାରସିଂ ଙ୍କୁ ନିର୍ଦେଶ ଦେଇଥିଲେ l ଏହାପରେ ବାଳକକୁ ରାଜ ଖରିଆର ଗଡରାମୁଣ୍ଡା ସ୍ଥିତ ନବପ୍ରଭାତ ଶିଶୁ ଯତ୍ନ କେନ୍ଦ୍ରରେ ଦ୍ଵିତୀୟ ଶ୍ରେଣୀରେ ନାମ ଲେଖିବା ପାଇଁ ବନ୍ଦୋବସ୍ତ କରାଗଲା । ପିଲଟିର ସମସ୍ତ ଖର୍ଚ୍ଚ ଜିଲ୍ଳା ପ୍ରଶାସନ ବହନ କରିବ l ଜିଲ୍ଲାପାଳ ଙ୍କ ଏହି ସମୟୋଚିତ ତ୍ୱରିତ ପଦକ୍ଷେପ ଯୋଗୁଁ ଗୋଟିଏ ଅସହାୟ ପିଲାର ଭବିଷ୍ୟତ ସୁରକ୍ଷିତ ହୋଇଯାଇଥିବାରୁ ଉପସ୍ଥିତ ଜନତା ହର୍ଷଧ୍ୱନି ଦେଇ ଏହାକୁ ସ୍ୱାଗତ କରିଥିଲେ l

What's Your Reaction?

like

dislike

love

funny

angry

sad

wow