ଜି ପି ଡି ଓ ଙ୍କ ଅଧ୍ୟକ୍ଷତାରେ ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ

ନୂଆପଡ଼ା - ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଡମଝର ପଞ୍ଚାୟତରେ ଜି ପି ଡି ଓ ପ୍ରଫୁଲ୍ଲ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଆଜି ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ସଦାଶିବ ବେହେରା, ସମିତି ସଭ୍ୟ ବିଜୟ କୁମାର ବେହେରା, ଏ ପି ଓ ରବି ନାରାୟଣ ରାଉତ,ପ୍ରୋଗ୍ରାମ ଆସିଷ୍ଟାଣ୍ଟ ହିତେଶ କୁମାର ଆଡ ବାହି,ପଞ୍ଚାୟତ ନିର୍ବାହୀ ଅଧିକାରୀ ସତିଶ ରଞ୍ଜନ ରାଉତ,ଜି ଆର୍ ଏସ ଭଦ୍ରାବତି ଜଗତ,ଖାଉଟି ବିଭାଗ ଡି ଓ ସୁଧୀର ପୋଡ଼,ବି ଆର୍ ସି ହେରାମ୍ବ ବିଶ୍ଵାଳ,ସୁପର ଭାଇଜର ବୈଜୟନ୍ତୀ ମହାନ୍ତି,ପୋଲିସ ଏସ ଆଇ ରାମେଶ୍ବର ବାଗ,ଏଲ ଆଇ ଟିକେରାମ ବାଗ, ଏ ପି ସି କାନ୍ତି ମାଝୀ ,ସି ଆର୍ ସି ସି ସଞ୍ଜୟ କୁମାର ଯୋଶୀ ଏବଂ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦାନ କରି ସମୁଦାୟ ୨୨ ଗୋଟି ଅଭିଯୋଗର ଶୁଣାଣି କରିଥିଲେ ।
ଅଭିଯୋଗମାନଙ୍କ ମଧ୍ୟରେ ସୁଭଦ୍ରା ଯୋଜନା,ଆବାସ ଯୋଜନା,କେନାଲ ପାଣି ସମସ୍ୟା,ଖାଉଟି କାର୍ଡ ଇତ୍ୟାଦି ଥିଲା ।
What's Your Reaction?






