ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ଭବାନୀ ପାଟଣା ସହର I

Oct 14, 2024 - 20:25
 0  11
ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ଭବାନୀ ପାଟଣା ସହର I

କଳାହାଣ୍ଡି : ଲୋକ ଆବାଜ.ଇନ୍(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ )

 ଏକବର୍ଷ ର ବ୍ୟବଧାନ ପରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା । ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମ, ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ହୋଇଛନ୍ତି ମା ଦୁର୍ଗା। ପାପ ନାସିନି ମା ଆବିର୍ଭୂତା ହୋଇଥିଲେ ଅସୁର ରାଜ ମହିଷାସୁରକୁ ବଧ କରିବା ପାଇଁ ଓ ସେଥିପାଇଁ ସେ ମହିଷାମର୍ଦ୍ଧିନୀ ରୂପେ ମଧ୍ୟ ସେ ପୂଜିତା ହେଉଛନ୍ତି। ଜଗତ ଜନନୀ ଙ୍କୁ ଆବାହନ କରିବା ପାଇଁ ସାରା ଦେଶରେ ପୂଜା ପାଉ ଥିବା ବେଳେ ଆମ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନକଟିଗୁଡା ଠାରେ ମଧ୍ୟ୍ୟ ବଡ଼ ଆଡମ୍ବର ସହିତ ପୂଜା କରାଯାଉଛି ଓ ଆଜି ଉତ୍ସବ ମୁଖର ହୋଇଉଠିଛି। ବହୁ ବର୍ଷ ହେଲାଣି ଜଗତ ଜନନୀ ମା ଦୁର୍ଗା ପୂଜା କମିଟି ତରଫରୁ ସ୍ଵତନ୍ତ୍ର ଭାବ ସାଜସଜ୍ଜା ହୋଇ ନିର୍ମିତ ପୂଜା ମଣ୍ଡପ ଠାରେ ମା ଦୁର୍ଗା ଙ୍କ ବିଗ୍ରହ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ଆନ୍ଧ୍ର ଓ ଛତିଶ ଗଡ଼ ସୀମାନ୍ତ ଅଞ୍ଚଳ ହୋଇଥିବା ବେଳେ ଭକ୍ତି ନୈବେଦ୍ୟ ଅର୍ପଣ କରିବାକୁ ଶତାଧିକ ଭକ୍ତଙ୍କ ସୁଅ ଛୁଟୁଥିବାର ଦେଖିବାକୁ ମିଳୁଛି।

ଏହାରି ଭିତରେ ଶୁକ୍ରବାର ଦିନ ମା ଙ୍କ ମହାଷ୍ଟମୀ ପୂଜା ଆରମ୍ଭ ହୋଇଥିବା ବେଳେ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଉଛି। ସ୍ଥାନୀୟ ପୋଲିସ ଟିମ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଉପସ୍ଥିତ ରହିଛନ୍ତି ।ରବିବାର ଦିନ ଶତାଧିକ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ରାବଣ ପଡ଼ି ଦୃଶ୍ୟ ଦେଖିବାକୁ ମିଳିଛି। ପୂଜାକମିଟି ସୁଚନା ଅନୁଯାଇ ରବିବାର ଦିନ ପୂର୍ଣ୍ଣାହୁତି, ସୋମବାର ଦିନ ଅନ୍ନଦାନ ରହିଥିବା ବେଳେ ବୁଧବାର ଦିନ ଭଷାଣି ଉତ୍ସବ ଅନୁଷ୍ଠିତ କରାଯିବ। ପୂଜା ମଣ୍ଡପ ଭିତରେ ଭଗବାନ ଗଣେଶ , ଲକ୍ଷ୍ମୀ, ସରସ୍ୱତୀ ଓ କାର୍ତ୍ତିକ ମୂର୍ତ୍ତି ରହି ପୂଜା ପାଉଛନ୍ତି, ନକଟିଗୁଡା ଦୁର୍ଗା ପୂଜା କମିଟି ସମସ୍ତ ସଦସ୍ୟ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow