ଜ୍ଞାନମ ଶିକ୍ଷା ସଦନର ପ୍ରଥମ ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ସ୍ଥିତ ଅନନ୍ତ ଏଜୁକେସେନାଲ୍ ଚାରି ଟେବୁଲ୍ ଟ୍ରଷ୍ଟ ଦ୍ଵାରା ପରିଚାଳିତ ଜ୍ଞାନମ୍ ଶିକ୍ଷା ସଦନର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଅନୁଷ୍ଠାନ ର ସଭାପତି ସଞ୍ଜୟ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ମିଳିତ ଗ୍ରାମ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ସଂଜୀବ କୁମାର ପ୍ରହରାଜ ଯୋଗଦେଇ ପାଠ ପଢା ସହ ଖେଳ କୁଦ, ଶରୀର ଓ ମନ ଉଭୟକୁ ସୁସ୍ଥ ରଖେ ବୋଲି ବକ୍ତବ୍ୟ ରଖିଥିଲେ |ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ସଦାନନ୍ଦ ପ୍ରଧାନ ଓ ସତ୍ୟବାନ୍ ଦଣ୍ଡୁଆସୀ ଯୋଗ ଦେଇଥିଲେ | ଉଦଘାଟନୀ ସଭାକୁ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ତଥା ଶିକ୍ଷକ ସଂଜୟ କୁମାର ସାହୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପରିଚାଳନା କମିଟି ସମ୍ପାଦକ ଧନଞ୍ଜୟ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ l ଦୁଇ ଦିନ ଧରି ଚାଲିଥିବା କ୍ରୀଡା ଉତ୍ସବକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l୨୦୦ ମିଟର ଦୌଡରେ ବାଳିକା ବିଭାଗରେ ପ୍ରଥମ ସ୍ଥାନ ସୁଭଦ୍ରା ନାୟକ, ଦ୍ଵିତୀୟ ସ୍ଥାନରେ ପିଙ୍କି କର୍ଣ୍ଣ ଓ ତୃତୀୟ ସ୍ଥାନରେ ସୃତି ମହାକୁଡ଼ ରହିଥିବା ବେଳେ ବାଳକ ବିଭାଗରେ ଉଚ୍ଚ ଡିଆଁରେ ପ୍ରଥମ ସ୍ଥାନ ସିପୁନ ଖମାରୀ, ଦ୍ଵିତୀୟ ସ୍ଥାନରେ ଆଦିତ୍ୟ ଦାସ ଓ ତୃତୀୟ ସ୍ଥାନରେ ତପନ ପ୍ରଧାନ ଙ୍କୁ ଅତିଥି ମାନେ ପ୍ରମାଣପତ୍ର ବଣ୍ଟନ କରିଥିଲେ |
What's Your Reaction?






