ଡଙ୍ଗରିଗୁଡା ଛକ ରୁ ଫୁଫଗା କୁ ସଂଯୋଗ କରୁଥିବା ଆର.ଡି ରାସ୍ତା ଅବସ୍ଥା ଶୋଚନୀୟ, ନୂତନ ଅନୁଦାନ ଆସିଲେ ରାସ୍ତା କାର୍ଯ୍ୟ ହେବ ଯନ୍ତ୍ରୀ।

କୋକସରା : ଲୋକ ଆବାଜ.ଇନ୍ (ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଡଙ୍ଗରିଗୁଡା ଛକ ରୁ ଫୁଫଗା କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ର ରାସ୍ତା ଅଞ୍ଚଳ ବାସୀ ଙ୍କ ପାଇଁ ମରଣ ଯନ୍ତା ସଦୃଶ୍ୟ ହୋଇଛି।ମରାମତି ଅଭାବ ରୁ ଆଣ୍ଠୁଏ ଆଣ୍ଠୁଏ ଖାଲଖମା ରେ ରାସ୍ତା ର ଅବସ୍ଥା ଅତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ରାସ୍ତା ପାଇଁ ଯମ ଯନ୍ତ୍ରଣା ଭୋଗୁଛନ୍ତି। ଅଳ୍ପ ବର୍ଷା ହେଲେ ଖାଲ ରେ ଆଣ୍ଠୁଏ ଆଣ୍ଠୁଏ କାଦୁଅ ପାଣି ଜମା ହୋଇ ରହୁଥିବା ବେଳେ ଦୈନନ୍ଦିନ କିଛି ନା କିଛି ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଘଟଣା ଦେଖିବାକୁ ମିଳୁଛି।କିଛିବର୍ଷ ତଳେ ଏହି ରାସ୍ତା କୁ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା, ତେବେ ୫ ବର୍ଷ ମରାମତି ପାଇଁ ଏଗ୍ରିମେଣ୍ଟ ରହିଥିବା ବେଳେ ଠିକାସଂସ୍ଥା ମରାମତି ନକରି ବିଭାଗୀୟ ଅଧିକାରୀ ଙ୍କ ସହ ସଲା ସୁତୁରା ରେ ମରାମତି ବାବଦରେ ଥିବା ଅନୁଦାନ କୁ ହଡପ କରିଥିବା ନେଇ ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଗତ ଅଗଷ୍ଟ ରେ ୫ ବର୍ଷ ମରାମତି ଥିବା ଅବଧି ସରିଯାଇଛି।ଏହି ରାସ୍ତା ଏକ ବ୍ୟସ୍ତ ବହୁଳ ରାସ୍ତା ହୋଇଥିବା ବେଳେ ଡଙ୍ଗରିଗୁଡା ଛକ ରୁ ଫୁଫଗା,କାଶିବାହଲ,କନ୍ଦାବୁଟ୍ରା ଲଡୁଗାଁ ଆଦି ପଞ୍ଚାୟତ କୁ ସଂଯୋଗ କରୁଛି। ତେବେ କାଶିବାହଲ ପଞ୍ଚାୟତ ଅଞ୍ଚଳ ରେ ରହିଥିବା କ୍ରସର ୟୁନିଟ ରୁ ଏହି ରାସ୍ତା ଦେଇ ଦିର୍ଘ ବର୍ଷ ଧରି ଓଭର ଲୋଡିଂ ଭାରିଯାନ ଯାତାୟାତ କରୁଥିବା କାରଣରୁ ରାସ୍ତା ର ଅବସ୍ଥାରେ ଅତି କମ ଦିନ ମଧ୍ୟରେ ଶୋଚନୀୟ ହୋଇ ପଡୁଥିବା ମଧ୍ୟ ସ୍ଥାନୀୟ ଲୋକେ କହିଛନ୍ତି। ଏହି ରାସ୍ତା ଦେଇ ପ୍ରତ୍ୟହ ଶହ ଶହ ଗାଡି ମୋଟର ସହ ଅଞ୍ଚଳ ର ଜନ ସାଧାରଣ ନିର୍ଭର କରୁଥିବା ବେଳେ ଏହି ରାସ୍ତା ନିର୍ମାଣ ପାଇଁ ଡଙ୍ଗରିଗୁଡା, କାଦୋପଦର, ଚିଲ ଡଙ୍ଗରି, ଫୁଫଗା, ମଜୁରସାହି ,ଚିକିଲି, କାଶିବାହଲ, ଲୋକମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏନେଇ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ର କନିଷ୍ଠ ଯନ୍ତ୍ରୀ ସୁରେଶ ବାରିହା ଙ୍କ ପ୍ରତିକ୍ରିୟା ନେବାରୁ ନୂତନ ସଡକ ଯୋଜନା ରେ ଅନ୍ତର୍ଭୁକ୍ତ ପାଇଁ ଏଷ୍ଟିମେଟ ଭୁବନେଶ୍ୱର କାର୍ଯ୍ୟାଳୟ କୁ ପଠାଯାଇଅଛି, ଅନୁଦାନ ମଞ୍ଜୁର ହେଲେ କାର୍ଯ୍ୟ ହେବ ବୋଳି ପ୍ରତିକ୍ରିୟା ରେ କହିଛନ୍ତି।
What's Your Reaction?






