ଡାକ୍ତରୀ ପାଠ ପଢିବେ ମାଲକାନଗିରି ଜିଲ୍ଲାର ବଣ୍ଡା ଯୁବକ ମଙ୍ଗଳା ମୁଦୁଲି

ମାଲକାନଗିରି: ଲୋକ୍ ଆବାଜ୍ .ଇନ୍ ( ଅବଦୁଲ ଗାନି)
ଡାକ୍ତରୀ ପାଠ ପଢିବେ ମାଲକାନଗିରି ଜିଲ୍ଲା ର ଖଇର ପୁଟ ବ୍ଳକ ମୁଦୁଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ବଡବେଲ ଗ୍ରାମରେ ମଙ୍ଗଳା ମୁଦୁଲିଙ୍କ ନିଜ ଘର । ବଣ୍ଡା ଘାଟିରେ ପ୍ରାଥମିକ ଶିକ୍ଷା ଲାଭ କରିବା ସହ ଗୋବିନ୍ଦପାଲି କଲେଜରେ ଯୁକ୍ତ ଦୁଇ ପାଠ ପଢିଛନ୍ତି । ହେଲେ ବଣ୍ଡା ଘାଟିର ଜଣେ ଆଦିମ ଜନଜାତିର ଛାତ୍ର ମଙ୍ଗଳା ଭଲ ପାଠ ପଢୁଥିବା ଦେଖି ସେଠାକାର ଜଣେ ଶିକ୍ଷକ ତାଙ୍କୁ ବାଲେଶ୍ବର ନେଇ ନିଟ ପରୀକ୍ଷା ଲାଗି କୋଚିଙ୍ଗ ଦେଇଥିଲେ । ଚଳିତ ବର୍ଷ ମଙ୍ଗଳା ମୁଦୁଲି ନିଟ ପରିକ୍ଷା ଦେଇଥିବା ବେଳେ ଏକା ଥରେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କଲେଜ ପାଇଁ ଚୟନ ହୋଇଛନ୍ତି। ଏଇ ସଫଳତା ପାଇଁ ମଙ୍ଗଳା ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି ।
What's Your Reaction?






