ତୁଳସୀ ରାମାୟଣ ନବାହ୍ନ ପାରାୟଣ ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ

Mar 17, 2025 - 08:47
 0  38
ତୁଳସୀ ରାମାୟଣ ନବାହ୍ନ ପାରାୟଣ ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ

କଣ୍ଟାମାଳ: ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

 କଣ୍ଟାମାଳ ବ୍ଲକଛକ ଶ୍ରୀରାମ ମନ୍ଦିର ଠାରେ ନଅ ଦିନଧରି ହେବାକୁଥିବା ତୁଳସୀ ରାମାୟଣ ଓ ନବାହ୍ନ ପାରାୟଣ ଓ ପ୍ରବଚନ ଉପଲକ୍ଷେ ଆଜି ମହିଳା ମାନଙ୍କ ଏକ କଳସ ଶୋଭାଯାତ୍ରା ହୋଇଯାଇଛି l ଖଲିଆପାଲି ବନ୍ଧରେ ଭାଗ୍ୟଧର ମିଶ୍ର ଓ ସାନୁଜ ନନ୍ଦ ଙ୍କ ଦ୍ୱାରା ପୁଜାର୍ଚନା ପରେ ମହିଳାମାନେ କଳସରେ ଜଳ ଧରି ଶୋଭାଯାତ୍ରା ରେ ଆସି ପୂଜାମଣ୍ଡପରେ ସ୍ଥାପନ କରିଥିଲେ l ନୀଳାଞ୍ଚଳ ଗୁରୁ ଓ ପତ୍ନୀ ଶୋଭାଗିନୀ ଗୁରୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ସନତ କୁମାର ମିଶ୍ର ପୂଜାରେ ସହଯୋଗ କରିଥିଲେ l ସୋନପୁର ଜିଲ୍ଲା ନନ୍ଦନମାଳର ଶ୍ରୀଯୁକ୍ତ ମଧୁସୂଦନ ଦାସ ବ୍ୟାସ ଭାବେ ତୁଳସୀ ରାମାୟଣ କଥା ଶୁଣାଇଛନ୍ତି l ସନ୍ଧ୍ୟାରେ ଭୁବନେଶ୍ୱରରୁ ଆଗତ (ମାନସ କଳ୍ପତରୁ) ପଣ୍ଡିତ ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ର ଙ୍କ ମୁଖରୁ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ଅମୃତ କଥା ଶୁଣିବାକୁ ମିଳିବ ବୋଲି କମିଟି ସମ୍ପାଦକ ଦାମୋଦର ସ୍ୱାଇଁ କହିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ବିଶି ସମେତ ଚକାମାନ ମିଶ୍ର,ମନ୍ଦିର ପୂଜକ ଆନନ୍ଦ ଚନ୍ଦ୍ର ପାଢ଼ୀ, ସଦସ୍ୟ ହରିବନ୍ଧୁ ପୁରୋହିତ,ଜୟ କୁମାର ମହାରଣା, ଅରୁଣ କୁମାର ସାହୁ, ମନୋଜ କୁମାର ରାଜହଂସ,ଶ୍ୟାମସୁନ୍ଦର ସ୍ୱାଇଁ,ଅପର୍ତ୍ତି ପ୍ରଧାନ ସମେତ ବହୁ ଶ୍ରଦ୍ଧାଳୁ ଓ ଭକ୍ତ ଯୋଗଦେଇଥିବା ବେଳେ ବ୍ଲକଛକ ଶ୍ରୀରାମ କମିଟିର ସମସ୍ତ ଭକ୍ତବୃନ୍ଦ ସହଯୋଗ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow