ତେନ୍ତୁଳିଖୁଣ୍ଟିଠାରେ ଗିରିଗୋବର୍ଦ୍ଧନ ପୂଜା ଓ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ।

କଣ୍ଟାମାଳ: ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଆମ୍ବଗାଁ ପଞ୍ଚାୟତର ତେନ୍ତୁଲିଖୁଣ୍ଟି ଗ୍ରାମର ଗିରିଗୋବର୍ଦ୍ଧନ ମଠ ନିକଟ ପଣ୍ଡରା ବିଟ ପାହାଡ଼ରେ କୁନାସିଲା ଆଞ୍ଚଳିକ ଯାଦବ ସମାଜ ତରଫରୁ ୨୮ତମ ଗିରିଗୋବର୍ଦ୍ଧନ ପୂଜା ଓ ଅଷ୍ଟପ୍ରହରୀ ନାମଯଂଜ୍ଞ ପାଳିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଉକ୍ତ ପୂଜାକାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ମହିଳାଙ୍କ ଦ୍ଵାରା କଳସ ଯାତ୍ରା ହୋଇଥିଲା।ଏଥିରେ ମନମୁଣ୍ଡା ଥାନା ଅଧୀନ ବୁକୁରାମୁଣ୍ଡା ଭୋଇସାହିର ଯାଦବ ଭାଇଙ୍କ ବାଡ଼ି ଖେଳ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ପିତାମ୍ବର ହୋତା ଏବଂ ଦିଲିପ କୁମାର ମିଶ୍ରଙ୍କ ପୌରାହିତ୍ଵରେ ପୂଜାକାର୍ଯ୍ୟ ଓ ଯଜ୍ଞକାର୍ଯ୍ୟ ଆରମ୍ଭ କରି ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଥିଲା। କର୍ତ୍ତା ଭାବେ ତ୍ରିନାଥ ମାହାର, ପତ୍ନୀ କାମିନୀ ମାହାରଙ୍କ ସହ ଧନେଶ୍ଵର ମାହାର ଓ ଗୋପେଶ୍ଵରୀ ମାହାର କର୍ତ୍ତାକାର୍ଯ୍ୟ ତୁଲାଇଥିଲେ। ଉକ୍ତ କାର୍ଯ୍ୟକ୍ରମ ସମାଜର ସଭାପତି ଲିଙ୍ଗରାଜ ସେଲମାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମାଜର ସଂପାଦକ ଶଢ଼ାନନ କାଲସେ, କୋଷାଧ୍ଯକ୍ଷ ବଂଶୀଧର ବାଘ, ରମେଶ ପୋଢଙ୍କ ସମେତ ସମସ୍ତ ଯାଦବ ସମାଜର ସଦସ୍ୟ/ସଦସ୍ୟା ଏବଂ ତେନ୍ତୁଲିଗୁଣ୍ଟି, ତାଲବେଡା,ନାଗପଡ଼ା, ଇଛାପୁରର ଗ୍ରାମବାସୀ ସହଯୋଗ କରିଥିଲେ। ଉକ୍ତ ଅଷ୍ଟପ୍ରହର ନାମଯଜ୍ଞରେ ୧୧ଟି ବିଭିନ୍ନ ଗ୍ରାମରୁ ମହିଳା ଓ ପୁରୁଷ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ।
What's Your Reaction?






