ତେରେଶିଙ୍ଗା ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
Road safety programme
କର୍ଲାମୁଣ୍ଡା: ଲୋକ ଆବାଜ୍. ଇନ୍ (ସୁଶାନ୍ତ କୁମାର ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଅନ୍ତର୍ଗତ ସଡ଼କ ସୁରକ୍ଷା ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ରବିନ୍ଦ୍ର ମାଝୀ, ମୁଖ୍ୟବକ୍ତା ଭାବରେ ଅଧ୍ୟାପିକା ଶ୍ରୀମତୀ ଶୁଭସ୍ମିତା ବେହେରା, ସମ୍ମାନିତ ଅତିଥି ଭାବରେ ଶିକ୍ଷା ଅଧ୍ୟାପକ ସୁବ୍ରତ ରଣାଙ୍କ ସମେତ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରର ସଦସ୍ୟ ବୃନ୍ଦ ମଞ୍ଚାସୀନ ହୋଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ଗଣେଶଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ବଳନ କରିଥିଲେ । ମୁଖ୍ୟବକ୍ତା ଛାତ୍ରଛାତ୍ରୀ ମାନଙ୍କୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଥିବା ବେଳେ ମୁଖ୍ୟ ଅତିଥି ବର୍ତ୍ତମାନ ସମୟରେ ସଡ଼କ ଦୁର୍ଘଟଣା ଏକ ଗଭୀର ଚିନ୍ତାର ବିଷୟ ବୋଲି ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଶାନ୍ତନୁ କୁମାର ମହାକୁଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥଲା l ଏହି ଅବସରର ରାସ୍ତାରେ ଯାତାୟାତ କରୁଥିବା ବାଇକ୍ ଚାଳକ ମାନଙ୍କୁ ହେଲମେଟ ବ୍ୟବହାର କରିବା ଓ ଲୋକଙ୍କୁ ରାସ୍ତାର ନିୟମ ମାନି ବାଟ ଚାଲିବାକୁ ଅନୁରୋଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ କିରାଣୀ ଦେବେନ୍ଦ୍ର ରଣା, ରାଧାମୋହନ ଗହୀର, ଡୋଳାମଣି ଗହୀର, ତପବନ୍ତ ଗହୀର ଓ କ୍ରୀଡ଼ା ଶିକ୍ଷକ ଯଜ୍ଞ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ
l
What's Your Reaction?