ଦରମା ବନ୍ଦ ପ୍ରତିବାଦ ରେ ଏମବିକେ,ସିଆରପି, ବ୍ୟାଙ୍କ୍ ମିତ୍ର ଙ୍କ ଆନ୍ଦୋଳନ ପ୍ରସ୍ତୁତି

Nov 11, 2024 - 19:33
Nov 11, 2024 - 19:34
 0  11
ଦରମା ବନ୍ଦ ପ୍ରତିବାଦ ରେ ଏମବିକେ,ସିଆରପି, ବ୍ୟାଙ୍କ୍ ମିତ୍ର ଙ୍କ  ଆନ୍ଦୋଳନ ପ୍ରସ୍ତୁତି

ସୁବର୍ଣ୍ଣପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ସୋନପୁର ସୁରେଶ୍ଵରୀ କଲ୍ୟାଣ ମଣ୍ଡପରେ ଜିଲ୍ଲା ର ଏମ୍ ବି କେ,ସିଆରପି, ବ୍ୟାଙ୍କ୍ ମିତ୍ର,ପ୍ରାଣି ମିତ୍ର ଓ କୃଷି ମିତ୍ର ସଂଘ ର ଏକ ବୈଠକରେ ସମସ୍ତେ ଏକତ୍ରିତ ହୋଇ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରି ଗର୍ଜିଥିଲେ। ସରକାର ଙ୍କ ଆଦେଶ ମାନି ସେମାନେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ କାମ କରୁଥିଲେ ମଧ୍ୟ ସେମାନଙ୍କୁ ଲଗାତାର ଭାବେ ଆଠ ମାସ ଧରି ଦରମା ମିଳିନଥିବାରୁ ବହୁ ଅକଥନୀୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଯା ଫଳରେ ସେମାନେ ଆଣିଥିବା ସ୍କୁଟି ଲୋନ୍ ର କିସ୍ତି ମଧ୍ୟ ବୁଝେଇ ପାରୁନାହାନ୍ତି। ସେମାନଙ୍କର ଏ ସବୁ ସମସ୍ୟା ନେଇ ଭୂବନେଶ୍ଵର ରେ ବିଭିନ୍ନ ଅଧିକାରୀ ଙ୍କୁ ଭେଟିବା ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ । ସେ ମଧ୍ୟ ସମସ୍ତ କଥାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଲେ ଅଦ୍ୟାବଧି ସେମାନଙ୍କ କୈ।ଣସି କଥାପ୍ରତି ସରକାର ଦୃଷ୍ଟି ଦେଇନଥିବା ହେତୁ ଆଗାମୀ ଦିନରେ ବିଧାନସଭା ଘେରାଉ କରିବା ସହ ରାଜରାସ୍ତା କୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସର୍ବସମ୍ମତି ନିଷ୍ପତ୍ତି ନେଇଥିବା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।ପୂର୍ବରୁ ସଂଘ ତରଫରୁ ଜିଲ୍ଲା ର ବୀରମହାରାଜପୁର ଉପଖଣ୍ଡ ର ୧୫ ଟି ପଞ୍ଚାୟତ ରେ ତାଲା ଝୁଲାଇଥିବା ସହ ଜିପିଏଲ୍ଏଫ୍ ଙ୍କ ଦାବିପତ୍ର ପ୍ରଦାନ କରିଥିଲେ ହେଲେବି ତାଙ୍କ କଥାକୁ କେହି କର୍ଣ୍ଣପାତ କରୁନଥିବା ଯୋଗୁଁ ଉପସ୍ଥିତ ସଂଘ କର୍ମକର୍ତ୍ତା ମାନେ ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଜିର ଏହି ବୈଠକ ରେ ସଭାନେତ୍ରୀ ମଲ୍ଲି ସାହୁ,ପୁଷ୍ପା ପଣ୍ଡା,ରେଖା ନାଏକ,ଅଦିତି ଭୋଇ,ବବିତା ରାଣୀ ମହାପାତ୍ର ପ୍ରମୁଖ ଜିଲ୍ଲା ର ୬ଗୋଟି ବ୍ଲକର ଏମବିକେ,ସିଆରପି, ବ୍ୟାଙ୍କ୍ ମିତ୍ର, ପ୍ରାଣି ମିତ୍ର ଓ କୃଷି ମିତ୍ର ର ସଦସ୍ୟାମାନେ ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow