*ଦାବୀ ହାସଲ ପରେ ସାଂସଦ ଓ ପ୍ରଶାସନକୁ ସାଧୁବାଦ ଜଣାଇଲେ ସାଧୁ*-

Nov 23, 2024 - 05:42
 0  25
*ଦାବୀ ହାସଲ ପରେ ସାଂସଦ ଓ ପ୍ରଶାସନକୁ ସାଧୁବାଦ  ଜଣାଇଲେ ସାଧୁ*-

 ସୋନପୁର : ଲୋକ୍ ଆବାଜ୍.ଇନ୍( ମନୋରଂଜନ ତ୍ରିପାଠୀ)

 ସାଂସଦ ଙ୍କ ହସ୍ତକ୍ଷେପ ପରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ରାସ୍ତା ଉପର ପାଚେରି ଭାଙ୍ଗି ଅନଶନ ରେ ଥିବା ଗୋଟେ ପୀଡିତ ପରିବାର ପାଇଁ ବାସ ଭବନ ର ବାଟ ଫିଟିଛି l ଦୀର୍ଘ ବର୍ଷ ରୁ ଭୋଗୁ ଥିବା କଷ୍ଟ ରୁ ଓ ବନ୍ଦୀ ଘରୁ ମୁକ୍ତି ପାଇଛନ୍ତି ଦୁଇଟି ପରିବାର l ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ନିଜ ଘରକୁ ରାସ୍ତା ଦେବା ଦାବିରେ ରାମ କୃଷ୍ଣ ନଗର ର ବରିଷ୍ଠ ନାଗରିକ ସାଧୁ ଚରଣ ସପତ୍ନୀକ ତିନି ଦିନ ଧରି ଧାରଣାରେ ବସିଥିଲେ। ସାଧୁଚରଣ ଏକ ଘର କିଣି ସହରର ଗ୍ରୀଡ଼ କଲୋନୀ ପାଖ ରେ ଆଜକୁ ଦୁଇ ବର୍ଷରୁ ଅଧିକ ହେଲା ରହି ଆସୁଥିବା ବେଳେ ଜମି ବିକ୍ରେତା ତାଙ୍କ ଘରକୁ ଯିବା ରାସ୍ତାରେ ପ୍ରାୟ ଛଅ ଫୁଟର ପାଚେରୀ ଦେଇ ଦେଇଥିଲେ। ଫଳରେ ନିଜ ଭିନ୍ନକ୍ଷମ ପତ୍ନୀ ଓ ସମ୍ପର୍କୀୟମାନେ ବି ପାଚେରୀ ଡେଇଁ ଯିବା ଆସିବା କରିବାକୁ ବାଧ୍ୟ ହେଉଥିଲେ। ଜମି ବିକ୍ରେତା ନିଜ ଜମିକୁ ପ୍ଲଟିଂ କରି ବିକ୍ରି କରିଥିବା ବେଳେ ଜମିରେ ରାସ୍ତା ଦେଇଥିଲେ ବି ସେହି ରାସ୍ତାକୁ ସରକାରଙ୍କୁ ଦାନ ପତ୍ରରେ ଦେଇ ନ ଥିଲେ l ଫଳରେ ସେହି ରାସ୍ତା ଜମି ମାଲିକଙ୍କ ନାମରେ ରୟତି ହୋଇ ରହିଥିବା ବେଳେ ଜମିର କିସମ ମଧ୍ୟ ପରିବର୍ତ୍ତନ ହୋଇ ନାହିଁ। ତେଣୁ ଜମି ମାଲିକ ବିବାଦ ସୃଷ୍ଟି କରି ରାସ୍ତା ଉପରେ ଏକ ପାଚେରି ଦେଇ ଦେଇଥିଲେ l ଏଇ ପାଚେରୀ ହଟେଇବାକୁ ପୋଲିସ ପ୍ରଶାସନର ସମସ୍ତ ଅଧିକାରୀଙ୍କ ସମେତ ରାଜସ୍ୱ ଅଧିକାରୀ ମାନଙ୍କୁ ଦୀର୍ଘ ଦିନ ରୁ ଲିଖିତ ଭାବେ ଜଣାଇଥିଲେ। ହେଲେ କୌଣସି ନ୍ୟାୟ ନ ପାଇବାରୁ ସାଧୁ ଚରଣ ଶେଷରେ ସପତ୍ନୀକ ଧାରଣା ଦେଇଥିଲେ । ପେଡ଼ି ପ୍ରୋକ୍ରୋମଣ୍ଟ ମିଟିଂ ଦିନ ସ୍ଥାନୀୟ ସାଂସଦ ଙ୍କୁ କିଛି ବିଜେପି ଯୁବ ନେତା ଏ ପୀଡ଼ିତା ପରିବାର ଙ୍କ ସମସ୍ୟା କଥା ବୁଝାଇ ଏହା ଉପରେ ଗୁରୁତର ସହ ବିଚାର କରିବାକୁ ଅନୁରୋଧ କରିବାରୁ ଏମ ପି ସ୍ପଟ କୁ ଆସି ଏ ଦମ୍ପତ୍ତି ସହିତ ଆଲେଚନା କରିଥିଲେ l ଓ ତୁରନ୍ତ ସମାଧାନ ପାଇଁ ପ୍ରଶାସନ କୁ ନିର୍ଦ୍ଦେଶ କରିଥିଲେ l ପ୍ରଶାସନର ରାଜସ୍ୱ ଅଧିକାରୀ ଏହାର ବିଚାର ବିମର୍ଶ କରି ଉପ ଜିଲ୍ଲାପାଳ, ସଦର ତହସିଲଦାର ,ରାଜସ୍ବ ନିରୀକ୍ଷକ ପୋଲିସ ଉପସ୍ଥିତିରେ ୨୪ ଘଣ୍ଟା ଭିତରେ ପାଚେରି ଭାଙ୍ଗି ପିଡୀତଙ୍କ ଘରକୁ ରାସ୍ତା ଫିଟେଇ ଥିବା ଜଣା ଯାଇଛି l କଥା ରେ ଗୀତ ରେ ଅଛି *ଜିସ୍କା କୋଇ ନେହିଁ ଉସ୍କା ଖୁଦା ହେ ୟାରୋ* ଭଳି ଏବେ ଯାହାବି ସମ୍ବେଦନ ଶୀଳ ସମସ୍ୟା ସ୍ଥାନୀୟ ନେତା କିମ୍ବା ପ୍ରଶାସନ ସମାଧାନ କରି ପାରୁନି ତାହା ସାଂସଦ ଙ୍କ ନଜର କୁ ଆସିଲେ ସମାଧାନ ଚଟାପଟ୍ l ଉଦାହରଣ ବସଷ୍ଟାଣ୍ଡ ଆନ୍ଦୋଳନ କାରୀ ଙ୍କ ସମସ୍ୟା ଓ ଅନଶନ ରେ ବସିଥିବା ଦମ୍ପତ୍ତି ଙ୍କ ସମ୍ବେଦନ ଶୀଳ ସମସ୍ୟା l ସାଂସଦ ଙ୍କୁ କୃତଜ୍ଞତା ସାଧୁବାଦ୍ ଜଣାଇଛନ୍ତି ନିମୁହିଁ ଘରେ ରହୁଥିବା ସାଧୁ ପରିବାର l

What's Your Reaction?

like

dislike

love

funny

angry

sad

wow