ନବୀନ ମହାପାତ୍ର ଟିଏଲସି ସଦସ୍ୟ ମନୋନୀତ

Mar 18, 2025 - 07:07
 0  4
ନବୀନ ମହାପାତ୍ର ଟିଏଲସି ସଦସ୍ୟ ମନୋନୀତ

କଣ୍ଟାମାଳ:ଲୋକ ଆଵାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ପତ୍ରlପାଲି ଗ୍ରାମର ବରିଷ୍ଠ ବିଜେପି ନେତା ନବୀନ କୁମାର ମହାପାତ୍ର ଙ୍କ ବିଜେପି ଦଳ ପ୍ରତି ତାଙ୍କର କାର୍ଯ୍ୟଦକ୍ଷତା ଓ ନିଷ୍ଠା ପ୍ରତି ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ତାଙ୍କୁ ବୌଦ୍ଧ ଟେଲିକମ ପ୍ରଯୁକ୍ତି ସମ୍ବନ୍ଧୀୟ ପରାମର୍ଶଦାତା କମିଟି (ଟିଏଲସି )ର ସଦସ୍ୟ ରୂପେ ମନୋନୀତ କରାଯାଇଛି l ଟିଏଲସି କମିଟିରେ ସାଂସଦ ପ୍ରତିନିଧି ଭାବେ ଏହି ପଦବୀ ନିମନ୍ତେ ମାନ୍ୟବର କନ୍ଧମାଳ ସାଂସଦ ତାଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ତାଙ୍କୁ ଏହି ପଦବୀ ନିମନ୍ତେ ଯୋଗ୍ୟ ବିବେଚିତ କରିଥିବାରୁ ମାନ୍ୟବର କନ୍ଧମାଳ ସାଂସଦ  ସୁକାନ୍ତ କୁମାର ପାଣିଗ୍ରାହୀ ମହୋଦୟ ଏବଂ ମାନ୍ୟବର କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ତଥା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ସମସ୍ତ ନେତୃବୃନ୍ଦ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି l ଏହି ଖବର ଶୁଣିବା ପରେ ସମଗ୍ର କଣ୍ଟାମାଳ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l ବିଭିନ୍ନ ମହଲରୁ ଶୁଭେଛୁ ମାନଙ୍କ ଶୁଭେଛାର ସୁଅ ଛୁଟିଛି l

What's Your Reaction?

like

dislike

love

funny

angry

sad

wow