ନବୋଦୟ ବିଦ୍ୟାଳୟ ନର୍ଲା ଷଷ୍ଠ ବ୍ୟାଚ ର ବନ୍ଧୁ ମିଳନ

କଳାହାଣ୍ଡି:ଲୋକ ଆବାଜ ଇନ(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-
ଜବାହାର ନବୋଦୟ ବିଦ୍ୟାଳୟ ନର୍ଲା ରେ ଅଧ୍ୟୟନ କରିଥିବା ଷଷ୍ଠ ( ୧୯୯୯) ବ୍ୟାଚ ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଜୁନାଗଡ଼ ବ୍ଲକ ର ଭଦ୍ରା ଡେମ ଠାରେ ହୋଇଥିଲା l ଏହି ବନ୍ଧୁମିଳନ ରେ କଳାହାଣ୍ଡି ଏବଂ ନୂଆପଡା ଜ଼ିଲ୍ଲା ରୁ ନର୍ଲା ନବୋଦୟ ରେ ପଢିଥିବା ଷଷ୍ଠ ବ୍ୟାଚ ର ପ୍ରାୟ ଅଧିକାଂଶ ନିଜ ପରିବାର ସହିତ ଉପସ୍ଥିତ ରହି ନିଜ ପୁରାତନ ବନ୍ଧୁମାନଙ୍କ ସହ ସାକ୍ଷାତ କରିଥିଲେ l ପ୍ରଥମେ ସମସ୍ତଙ୍କ ପରିଚୟ ସହିତ ନିଜ ହାଉସ ର ନାମ କହିଥିଲେ, ବନ୍ଧୁମିଳନ ର ଉଦେଶ୍ୟ ବିଷୟରେ ଚର୍ଚ୍ଚା ହୋଇଥିଲା l ଷଷ୍ଠ ବ୍ୟାଚ ରେ ପଢ଼ୁଥିବା ସମସ୍ତଙ୍କୁ ବିପଦ ସମୟରେ ଆମେ ସାହାଯ୍ୟ ସହଯୋଗ କରିବା ବୋଲି ସଂକଳ୍ପ କରିଥିଲେ l ନିଜର ନବୋଦୟ ର ପୁରୁଣା ସ୍ମୁତି କୁ ମନେ ପକାଇ ଯଥା ସାନ୍ଦୁଲ ନଦୀ ରେ ଗାଧୋଇବା, ଗଛ ତଳେ ପାଠ ପଢିବା, ରବିବାର ଦିନ ସକାଳୁ ପୁରି ତରକାରୀ ଖାଇ ନବୋଦୟ ଟିଭି ଆଗରେ ବସି ଚନ୍ଦ୍ରକାନ୍ତl ସିରିଏଲ ଦେଖିବା ଏବଂ ଶିକ୍ଷକ ମାନଙ୍କ କଥା କୁ ମନେ ପକେଇ ଭାବବିହ୍ୱଳ ହୋଇଥିବା ଦେଖା ଦେଇଥିଲା lପରବର୍ତୀ ସମୟରେ ଛୋଟ ଛୁଆ ମାନଙ୍କ ଗୀତ, ସାଙ୍ଗସାଥି ଙ୍କ ସହିତ ନୃତ୍ୟ, ଗୀତ, କମେଡି କରି ବର୍ଷ ର ଏକ ବିଶେଷ ଦିନ ଅତିବାହିତ କରିଥିଲେ l ଏହି ବନ୍ଧୁମିଳନ ରେ ରୋହିତ କୁମାର ସାହୁ, ଜଳନ୍ଧର ବେହେରା, ତ୍ରିଲୋକ୍ୟ ହରିପାଳ, ସୌଭାଗ୍ୟ ବଳିୟାରସିଂ, ମମତା ଦାଶ, ଅନନ୍ତ ମହାପାତ୍ର, କୌଶିକ ଶବର, ଧନୁ ଶବର, ପୂର୍ଣ୍ଣ ଚନ୍ଦ୍ର ବେହେରା, ସୁବାଷ ବାଗ, ମାନସିଂ ଦୁର୍ଗା, ପୁରୁଷୋତମ କୈବର୍ତ, ଶୋଭାରାମ ଛତ୍ରିଆ, ସନ୍ତୋଷ ବାଗ, ସୁଶାନ୍ତ ମେହେର, ସନ୍ତୋଷ ହୋତା, ଭବାନୀ ଶଙ୍କର ପଣ୍ଡା, ସୁଦର୍ଶନ ପଟେଲ, କରୁଣାକର ମେହେର, ମହାଦେବ ସେଠି, ବିଜୟ ନାଗ, ଜଗମୋହନ ବାଗ, ସତ୍ୟବାଦୀ ନାଏକ,ଦେବରାଜ ଗୌଡ଼,ଅକ୍ଷୟ ପାତ୍ର ସହିତ ସମସ୍ତ ଙ୍କ ପରିବାର ମଧ୍ୟ ଯୋଗ ଦେଇଥିଲେ l ଦୂର ଦୁରାନ୍ତରୁ ଯଥା ଦିଲ୍ଲୀ, ବାଙ୍ଗଲୋର ଏବଂ ବିଦେଶ ରେ ଥିବା ସାଙ୍ଗମାନେ ଏହି ବନ୍ଧୁମିଳନ ଦିନକୁ ଚାତକ ପକ୍ଷୀ ଭଳି ଅପେକ୍ଷା କରିଥାନ୍ତି ଏବଂ ଆସିଥାନ୍ତି l ସମସ୍ତ ପୁରୁଣା ବାଲ୍ୟ ବନ୍ଧୁଙ୍କୁ ପାଇଁ ସମସ୍ତେ ଭାବବିହ୍ୱଳ ହୋଇଥିବା ଦେଖିବାକୁ ମିଳିଥିଲା l
What's Your Reaction?






