ନବ ଦିନାତ୍ମକ ଦୁର୍ଗା ପୂଜା ଶୁଭାରମ୍ଭ

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍( ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା ମ,ରାମପୁର ନବ ଦୁର୍ଗା ପୂଜା କମିଟି ପକ୍ଷରୁ ନବ ଦିନାତ୍ମକ ଦୁର୍ଗା ପୂଜା ର ଶୁଭାରମ୍ଭ ହେଇ ଯାଇଛି । ଗତକାଲି ଏକ ବିଶାଳ କଳସ ଶୋଭାଯାତ୍ରା ସହ ଅଧିବାସ ଅନୁଷ୍ଠିତ ହୋଇ ଥିବା ବେଳେ ଆଜି ଠାରୁ ମାଆ ଙ୍କ ନବ ଦିନାତ୍ମକ ପୂଜା ଆରମ୍ଭ ହୋଇଛି । କର୍ତ୍ତା ଭାବରେ ସତ୍ୟ ନାରାୟଣ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ସୁଷମା ପଣ୍ଡା ଦାୟିତ୍ଵ ନିର୍ବାହ କରୁଥିବା ବେଳେ ପୂଜକ ମୁନା ପାଢ଼ୀ ଓ ଆଶୁତୋଷ ପାଢ଼ୀ ରହିଛନ୍ତି । ପୂର୍ବବର୍ଷ ମାନଙ୍କ ଭଳି ମାଁ ଙ୍କ ମୃଣ୍ମୟ ମୂର୍ତ୍ତି କାରିଗର ରାମ ସିଂ ପୋଢ଼ ନିର୍ମାଣ କରିଛନ୍ତି । ଏହି ପୂଜା ଆସନ୍ତା ୧୩ ତାରିଖ ବିଜୟା ଦଶମୀ ପର୍ଯ୍ୟନ୍ତ ଚାଲିବ । ତେବେ ଆଜିର ପ୍ରଥମ ଦିବସ ରେ ସନ୍ଧ୍ୟା ଆଳତୀ ସମୟ ରେ ଶ୍ରଦ୍ଧାଳୁ ଙ୍କ ଗହଳି ପରିଲକ୍ଷିତ ହେଉଛି। ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ନବ ଦୁର୍ଗା ପୂଜା କମିଟି ର ସଦସ୍ୟ ନାରାୟଣ ପ୍ରସାଦ ଅଗ୍ରୱାଲ, ସନ୍ତୋଷ ବେହେରା, ଦେବେନ୍ଦ୍ର ପୋଢ଼, ନୀଳ ମାଧବ ପଣ୍ଡା, ମୁନା ସେଠୀ, ନିଖିଲ ସାହୁ, କାହ୍ନୁ ମହା ଖୁଡ଼, ପ୍ରକାଶ ଗୌଡ, ଆଶୋକ ବଗର୍ତ୍ତି,ରଘୁନାଥ ସେଠୀ ସହଯୋଗ କରୁଛନ୍ତି ।
What's Your Reaction?






