ନାବାଳିକା ବଳାତ୍କାର ଅଭିଯୋଗ ରେ ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ :

ନାବାଳିକା ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ।
କଳାହାଣ୍ଡି:ଲୋକ୍ ଆବାଜ୍ ଇନ୍:(ସନତ କୁମାର ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ପୋଲିସ ପକ୍ଷରୁ ସୋମବାର ନାବାଳିକା ବଳାତ୍କାର ଅଭିଯୋଗରେ ଗିରଫ ଯୁବକ କୁ ପୋସକୋ ରେ କୋକସରା ପୁଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ମତେ କୋକସରା ଥାନା ଅନ୍ତର୍ଗତ ଗତାବନ୍ଧ ଗ୍ରାମର ଜଣେ ନାବାଳିକା କୁ ସେହି ଗ୍ରାମର ଜଣେ ଯୁବକ ଈଶ୍ୱର ଚନ୍ଦନ (୨୭) ପ୍ରେମ ଜାଲ ରେ ଫସାଇ ପରବର୍ତ୍ତୀ ସମୟରେ ବିବାହ ର ପ୍ରତିଶୃତି ଦେଇ ଫେରାର କରି ନେଇଥିଲେ। ଏନେଇ ନାବାଳିକା ପରିବାର ପକ୍ଷରୁ କୋକସରା ଥାନା ରେ ୨୦/୧୦/୨୪ ରେ ନାବାଳିକା ଝିଅ ନିଖୋଜ ନେଇ ଏକ ମାମଲା ରୁଜୁ କରା ଯାଇଥିଲା। କୋକସରା ପୁଲିସ ପକ୍ଷରୁ ଏନେଇ ଘଟଣା ର ତଦନ୍ତ ଜାରି ରହିବା ସମୟରେ ନାବାଳିକା ସହ ଈଶ୍ୱର ଚନ୍ଦନ ର ପ୍ରେମ ସମ୍ପର୍କ ଥିବା ଜଣା ପଡିଥିଲା। ଏ ସଂକ୍ରାନ୍ତରେ କୋକସରା ପୁଲିସ ପକ୍ଷରୁ ୨୨୭/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ବେଳେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋକସରା ଆଇଆଇସି ଙ୍କ ନେତୃତ୍ୱରେ ଛତିଶଗଡ଼ ରାଜ୍ୟ ରାୟପୁର ରୁ ନାବାଳିକା କୁ ଉଦ୍ଧାର ସହ ଅଭିଯୁକ୍ତକୁ ଗତ ୧୬/୦୩/୨୫ ରେ ଗିରଫ କରିଥିଲା। ଆଜି ଅଭିଯୁକ୍ତ ଯୁବକ କୁ ଘଟଣା ରେ ଦୋଷୀ ପାଇ କୋକସରା ପୁଲିସ ପକ୍ଷରୁ କୋର୍ଟ ଚାଲାଣ କରା ଯାଇଥିବା ନେଇ ତଦନ୍ତକାରୀ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
What's Your Reaction?






