ନିଆରା ଢଙ୍ଗରେ ଦଶହରା ପାଳିଲେ ପ୍ରଭାକର l ଗାଁ ର ପୁରୁଷ ମହିଳା ଙ୍କୁ ନୁଆଁ ବସ୍ତ୍ର, ଟଙ୍କା ବାଣ୍ଟିଲେ

କନ୍ଧମାଳ:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ନୂଆସାହି ର ପ୍ରଭାକର ଗାଁ ର ତିନିଶହ ରୁ ଉର୍ଦ୍ଧ ପୁରୁଷ ମହିଳା ବରିଷ୍ଠ ନାଗରିକ ଅସହାୟ ବିଧବା ମହିଳା ଙ୍କୁ ଦଶହରା ପର୍ବ ଅବସରରେ ନୁଆଁ ବସ୍ତ୍ର ଟଙ୍କା ବଣ୍ଟନ କରି ଖୁସି ଅନୁଭବ କରିଛନ୍ତି l
ବାଲିଗୁଡା ର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟ୍ଟଖଣ୍ଡା ଓ ଦୁର୍ଗାଦେବୀ ଙ୍କ ନିକଟ ରେ ମାନସିକ ରଖିଥିଲେ l ମାଆ ଙ୍କ ଅପାର କରୁଣା ରୁ ପରିବାର ବର୍ଗ ଆର୍ଥିକ ସ୍ୱଚ୍ଛଳ ହେଲେ l ରୋଗ କ୍ଳେଶ ଦୁଃଖ ଦୂର ହେବା କଥା କହିଛନ୍ତି ପ୍ରଭାକର l ମାଆ ଙ୍କୁ ବିଶ୍ୱାସ କରି ଘରେ ଦୁର୍ଗା ଙ୍କୁ ପୂଜାର୍ଚ୍ଚନା ହୋମଯଜ୍ଞ ଆୟୋଜନ କରିବା ସହିତ ଗାଁ ଲୋକ ଙ୍କୁ ବସ୍ତ୍ର ବଣ୍ଟନ କରୁଛନ୍ତି l ପ୍ରଭାକର ଙ୍କ ଏହି ମହାନତା କାର୍ଯ୍ୟ ପାଇଁ ବିଭିନ୍ନ ମହଲ ରେ ସ୍ୱାଗତ କରାଯାଇଛି l
What's Your Reaction?






