ନୂଆପଡ଼ା ଜିଲ୍ଲାପାଳଙ୍କ ଉପାନ୍ତ ଅଞ୍ଚଳକୁ ଆକସ୍ମିକ ପରିଦର୍ଶନ

ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଉତ୍ତମ ଶାସନର ଲକ୍ଷ୍ୟକୁ ପୂରଣ କରିବା ନିମିତ୍ତ ଆଜି ବୋଡ଼େନ ବ୍ଲକର ଚର୍ଚ୍ଚିତ ଉପାନ୍ତ ଅଞ୍ଚଳ ଭଇଁସାଦାନି ପଞ୍ଚାୟତର ବିଭିନ୍ନ ସ୍ଥାନକୁ ଆକସ୍ମିକ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ମାନଙ୍କୁ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ପରିଦର୍ଶନ ସମୟରେ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବୋଡ଼େନ ବି ଡି ଓ ସୁଶାନ୍ତ କୁମାର ରଣା,ତହସିଲଦାର ସରିତା ଗୁପ୍ତା,ଯୋଗାଣ ନୀରିକ୍ଷକ ଆଲୋକ କୁମାର ପାତ୍ର,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ,କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସାହୁ, ଏ ପି ଓ ରବିନାରାୟଣ ରାଉତ,ଜଳ ଓ ପରିମଳ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରତିକାନ୍ତ ବାଲ ମୁଚୁ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟାନନ୍ଦ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଭଇଁସାଦାନିର ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ଷ୍ଟାଫ ସହିତଆଲୋଚନା,ଜଙ୍ଗଲ ଆରପାରିର ମାଓ ପ୍ରବଣ ଅଞ୍ଚଳ ପାଟଦର୍ହାର ସାହାଜପାଣି ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଶିକ୍ଷକଙ୍କ ଅନିୟମିତତାକୁ ଦୃଷ୍ଟିରେ ରଖି ବି ଇ ଓ ଏବଂ ସି ଆର୍ ସି ସି ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ କରିଛନ୍ତି କି ଆପଣ ମାନେ ସପ୍ତାହରେ ଦୁଇଥର ପରିଦର୍ଶନ କରି ଶିକ୍ଷକଙ୍କ ଅବହେଳା ଦେଖିଲେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ।
ଏସବୁକୁ ପି ଇ ଓ ମାଧ୍ୟମରେ ବି ଡି ଓ ନିରୀକ୍ଷଣ କରିବାକୁ ସୂଚନା ପ୍ରଦାନ କଲେ ।ପରେ ପଞ୍ଚାୟତ ଦ୍ଵାରା ଏମ ଜି ଏନ୍ ଆର୍ ଇ ଜି ଏ ଏହି ଗ୍ରାମରେ ଚାଲୁଥିବା ଟି ସି ବି ୱାର୍କ ଦେଖି ଏଠାରେ ଅଧିକ ଶ୍ରମିକ ନିଯୁକ୍ତି ପାଇଁ ପି ଇ ଓ,ଏ ପି ଓ,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ।ସି ଆର୍ ପି ଏଫ୍ କ୍ୟାମ୍ପ ପରିଦର୍ଶନ କରି ସେଠାରେ ଇନ ଚାର୍ଜ କମାଣ୍ଡଣ୍ଡେଣ୍ଟ ଓ ଅନ୍ୟ ଷ୍ଟାଫ ସହ ସ୍ଥାନୀୟ ଅସୁବିଧା,ଜମି ଓ ରାସ୍ତା ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା କରିଥିଲେ ।ସାହାଜ ପାଣି ଅଙ୍ଗନୱାଡ଼ି କେନ୍ଦ୍ରରେ ସାତ ଜଣ ଶିଶୁଙ୍କ ଉପସ୍ଥିତି ଦେଖି ସୁପର ଭାଇଯର ସପ୍ତାହରେ ଦୁଇଥର ଓ ସି ଡି ପି ଓ ସପ୍ତାହରେ ଥରେ ଏହି ଅଞ୍ଚଳ ପରିଦର୍ଶନ କରିବାକୁ ନିର୍ଦ୍ଦେଶ କରିଛନ୍ତି । ଧୋବଘାଟ ଅଞ୍ଚଳର ଲୋକଙ୍କ ସହିତ ବସି ସେଠାକାର ସମସ୍ୟା ଉପରେ ଲୋକଙ୍କ ପାଖରୁ ବୁଝିବାକୁ ପାଇଥିଲେ ଯେ ଗ୍ରୀଷ୍ମ ଦିନରେ ପିଇବା ପାଣିର ଅଭାବ ଦେଖା ଦିଏ ତେଣୁ ବି ଡି ଓ ଏବଂ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣକରି କହିଛନ୍ତି ଯେ ଧୋବ ଘାଟ ଗ୍ରାମ ପାଖରେ ଏମ ଜି ଏନ୍ ଆର୍ ଇ ଜି ଏ ମାଧ୍ୟମରେ ୩ଟି ଚେକଡେମ ଓ ସାହାଜ ପାଣି ଗ୍ରାମ ପାଖରେ ଗୋଟିଏ ଚେକ୍ ଡେମ ତିଆରି ପାଇଁ ପ୍ରପୋଜାଲ ଦାଖଲ କର। ଗ୍ରାମ୍ୟ ହାଟ ପାଖରେ ପାଇଖାନା ଓ ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲା କାର୍ଯ୍ୟାଳୟକୁ ପ୍ରପୋଜାଲ ପଠାଇବାକୁ ବି ଡି ଓ ଏବଂ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରିଛନ୍ତି । ଦିବା ଭୋଜନ ପରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା ଗୃହରେ ସମସ୍ତ ପି ଇ ଓ,ଜି ଆର୍ ଏସ, ଜେ ଇ, ଏ ଇ ଇ,ବି ପି ଏ, ଏ ପି ଓ ଙ୍କ ସହିତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅଗ୍ରଗତି ଉପରେ ସବିଶେଷ ଆଲୋଚନା କରିଥିଲେ ।
What's Your Reaction?






