ନୁଆପଡାରେ ପ୍ରଥମ ଆଇନ୍ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ, ଜିଲ୍ଲାରେ ସୃଷ୍ଟି ହେଲା ନୂତନ ପରମ୍ପରା l

Dec 6, 2025 - 13:31
 0  17
ନୁଆପଡାରେ ପ୍ରଥମ ଆଇନ୍ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ, ଜିଲ୍ଲାରେ ସୃଷ୍ଟି ହେଲା ନୂତନ ପରମ୍ପରା l

ନୁଆପଡା:ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)

 ନୁଆପଡା ଜିଲ୍ଲାରେ ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସଫଳଭାବେ ସମ୍ପନ୍ନ ହୋଇଛି। ଜିଲ୍ଲା ଶିଶୁ ସୁରକ୍ଷା ଵିଭାଗ ଏବଂ ସ୍ୱତନ୍ତ୍ର ଗ୍ରହଣ ସଂସ୍ଥା Special Adoption Agency , ନୂଆପଡା ମଧ୍ୟସ୍ଥତାରେ ଗୋଟିଏ ଶିଶୁ କନ୍ୟାକୁ ଅନ୍ୟ ରାଜ୍ୟ , ତାମିଲନାଡୁର ଏକ ପରିବାର ଦ୍ୱାରା ଦତ୍ତକ ଗ୍ରହଣ କରାଯାଇଛି। ପୋଷ୍ୟ କନ୍ୟାର ସମ୍ପୂର୍ଣ୍ଣ ଶିକ୍ଷା, ସେବା ଓ ସୁରକ୍ଷା ଦାୟିତ୍ବ ନୂଆ ପରିବାର ଆଇନ୍ ସମ୍ମତ ହିସାବରେ ନେଇଛନ୍ତି।ଆଗରୁ ନୂଆପଡାର ଏଭଳି ପୋଷ୍ୟ ସନ୍ତାନ ଦାନ କଳାହାଣ୍ଡି ଜିଲ୍ଲା ମାର୍ଫତରେ ହେଉଥିଲା l ଏବେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସ୍ଵତନ୍ତ୍ର ପ୍ରଚେଷ୍ଟା ବଳରେ ଜିଲ୍ଲାରେ SAA କାର୍ଯ୍ୟକ୍ଷମ ହୋଇ ପାରିଛି I ଏହି ଘଟଣା ଜିଲ୍ଲାରେ ପୋଷ୍ୟ ସନ୍ତାନ ସୁରକ୍ଷା ଓ ସେବା ମାମଲାରେ ଏକ ମାଇଲଷ୍ଟୋନ୍‌ ହେବ ବୋଲି ବୁଦ୍ଧିଜିବି ମାନେ ମତ ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ଦାଶଙ୍କ ନିର୍ଦ୍ଦେଶରେ ଶିଶୁ ସୁରକ୍ଷା ବିଭାଗ ଭାରପ୍ରାପ୍ତ ଅଧିକାରୀ ଚିନ୍ମୟ ସାଗର ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇ ଆବଶ୍ୟକ ବିଧି ବ୍ୟବସ୍ଥା ଗ୍ରହଣ କରିଥିଲେ l ଏହି ନୂତନ ପଦକ୍ଷେପ ଜିଲ୍ଲାରେ ଅନ୍ୟ ଆବାସିତ ଶିଶୁମାନଙ୍କ ପାଇଁ ନୂତନ ଆଶା ସୃଷ୍ଟି କରିଛି। ସମାଜ ସେବୀ ସଂଗଠନମାନେ ଏହି ପଦକ୍ଷେପକୁ ସ୍ୱାଗତ କରି ଅଧିକ ନିସନ୍ତାନ ପରିବାରଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରତି ଆଗ୍ରହୀ ହେବାକୁ ଆହ୍ୱାନ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow