ନୂଆପଡ଼ା ଜିଲ୍ଲା ଗସ୍ତରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ନୂଆପଡ଼ା - ଲୋକ ଆବାଜ. ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ) ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଓଡ଼ିଶା ସ୍କୁଲ ଗଣ ଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଆସିଥିଲେ ଏବଂ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।
ସଙ୍ଗଠନ ପର୍ବରେ ଯୋଗ ଦେଇ ସକ୍ରିୟ ସଦସ୍ୟ ଅଭିଯାନକୁ ବ୍ୟାପକ କରିବା ସହିତ ବୁଥସ୍ତରିୟ ସଦସ୍ୟତା ଗ୍ରହଣ କାର୍ଯ୍ୟକୁ ମଧ୍ୟ ବ୍ୟାପକ କରିବା ନେଇ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ଖରୀଆର ରୋଡ ନଗର ଅଧ୍ୟକ୍ଷା ସୋନିଆ ଜୈନ, ରାଜ୍ୟ ଉପସଭାନେତ୍ରୀ ସୁକେଶି ଓରାମ, ଜିଲ୍ଲା ନିର୍ବାଚନ ଅଧିକାରୀ ଗୋବିନ୍ଦ ଜୈନ, ଜିଲ୍ଲା ସଭାପତି ସୁବ୍ରତ ଠାକୁର, ଜିଲ୍ଲା ସଦସ୍ୟତା ଅଭିଯାନ ସଂଯୋଜକ ତୁଳସ ପଟେଲ, ଉଭୟ ନୂଆପଡ଼ା ଓ ଖରୀଆର ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଏବଂ ହିତେଶ କୁମାର ବଗର୍ତ୍ତିଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ତଥା ଜିଲ୍ଲାର ପ୍ରତ୍ୟେକ ବ୍ଲକର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।ମନ୍ତ୍ରୀ ଜିଲ୍ଲା କର୍ମ ଶାଲାରେ ମଧ୍ୟ ଯୋଗଦାନ କରିଥିଲେ ।
What's Your Reaction?






