ଅଭାବ ଅଭାବରେ ଗତିକରୁଛି ଜାମଦା ସରକାରୀ ଉଚ୍ଚ ବିଦ୍ଯାଳୟ

Aug 20, 2025 - 08:26
 0  4
ଅଭାବ ଅଭାବରେ ଗତିକରୁଛି ଜାମଦା ସରକାରୀ ଉଚ୍ଚ ବିଦ୍ଯାଳୟ

ମୟୁରଭଞ୍ଜ:ଲୋକ ଆବାଜ୍. ଇନ୍(ଶ୍ୟାମଳେନ୍ଦୁ ପରିଡା)

ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକରେ ୧୯୫୦ରେ ସ୍ଥାପିତ ଜାମଦା ସରକାରୀ ଉଚ୍ଚ ବିଦ୍ଯାଳୟଟି ହୋଇଥିଲେ ସୁଦ୍ଧା ଏଠାରେ ବର୍ତ୍ତମାନ ଶିକ୍ଷକ ଟିଜିଟି ଆର୍ଟସ୍ ୨ଜଣ, ଟିଜିଟି ବିଜ୍ଞାନ ୧ ଜଣ, ହିନ୍ଦୀ ୧ ଜଣ, କିରାଣୀ ୧ ଜଣ ଓ ମେଟ୍ରିକ ସିଟି ୨ ଜଣ ଅଭାବ ରହିଛି l ଏଠାରେ ୬ ରୁ ୧୦ମ ଶ୍ରେଣୀ ଅଧ୍ଯୟନ କରାଯାଉଥିଲେ ମଧ୍ଯ ଶିକ୍ଷକ ଅଭାବ ଯୋଗୁଁ ପାଠପଢାରେ ବାଧାସୁଷ୍ଟି ହେଉଛି l ଏଠାରେ ସମୁଦାୟ ୬୦୦ ପିଲା ମଧ୍ଯରୁ ୩୫୦ ଜଣ ଛାତ୍ରାବାସରେ ରହୁଥିବା ସ୍ଥଳେ ୨୫୦ ଜଣ ଦିବାଧ୍ଯୟ ଅଟନ୍ତି l ଏଠିକାର ପିଲାମାନେ ରାଜ୍ଯ ତଥା ଜିଲ୍ଲାରେ ସୁନାମ ଆଣିପାରିଛନ୍ତି l ଏ ବିଦ୍ଯାଳୟର ଉନ୍ନତି କରିବା ନିମନ୍ତେ ଏଠିକାର ଶିକ୍ଷକଶିକ୍ଷୟତ୍ରୀ ସଦାତତ୍ପର ହୋଇରହିଛନ୍ତି l ଏ ସଂପର୍କରେ ଆମେ ବିଦ୍ଯାଳୟ ପ୍ରଧାନଶିକ୍ଷକ ଗୌରୀ ଶଙ୍କର ସାଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏ ବିଦ୍ଯାଳୟରେ ଶିକ୍ଷକ ଅଭାବ ତଥା କିରାଣୀ ପଦବୀ ପୂରଣ ହୋଇପାରିଲେ ପାଠପଢା ସହିତ ସମସ୍ତ କାର୍ଯ୍ଯ ସୁରୁଖୁରରେ ହୋଇପାରନ୍ତା ବୋଲି ମତପ୍ରକାଶ କରିଥିଲେ l

What's Your Reaction?

like

dislike

love

funny

angry

sad

wow