ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଙ୍କ 109 ତମ ଜନ୍ମ ଜୟନ୍ତୀ ପାଳିତ

ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ( ବର୍ତ୍ତମାନ ର ଭାରତୀୟ ଜନତା ପାର୍ଟି ) ପ୍ରତିଷ୍ଠାତା ପଣ୍ଡିତ ଦୀନ ଦୟାଲ ଉପାଧାୟଙ୍କ 109 ତମ ଜନ୍ମ ଜୟନ୍ତୀ ବାଲିଗୁଡା ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି l ବାଲିଗୁଡା ନଗର ସାଧାରଣ ସମ୍ପାଦକ ଆଦିକନ୍ଦ ମହାରଣା ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପି ଜ଼ିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସାଂସଦ ପ୍ରତିନିଧି ରଂଜିତ ସାହୁ, ସୁଭାଶିଷ ଯୋଗଦେଇ ଥିବା ବେଳେ ବରିଷ୍ଠ କାର୍ଯ୍ୟକର୍ତ୍ତା ଚନ୍ଦ୍ର ମଳିକ, ଅନିଲ ଦାସ, ସଂଜୟ ଦାସ, ଜଗନ୍ନାଥ ବିଷୋୟୀ, ପ୍ରମୋଦ ଦଣ୍ଡସେନା, ଲକ୍ଷ୍ମୀ ନାରାୟଣ ଦାସ, ରେଖା ମଳିକ ପ୍ରମୁଖ ଯୋଗ ଦେଇଥିଲେ l ଜ଼ିଲ୍ଲା ସଭାପତି ଜଗନ୍ନାଥ ସାହୁ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ଦାସ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ଜୀବନୀ ସମ୍ପର୍କ ରେ ଆଲୋକ ପାତ କରିଥିଲେ l
What's Your Reaction?






