ଝିଅ ପାଇଁ ଗଛଟିଏ ଓ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ :

ଝିଅ ପାଇଁ ଗଛଟିଏ ଓ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ
ବୋଡ଼େନ: ଲୋକ୍ ଆଵାଜ୍.ଇନ୍(ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ କରଙ୍ଗାମାଳ ପଞ୍ଚାୟତର ଡୋଟୋ ଗାଁର ନବଜାତ ଶିଶୁ କନ୍ୟା ଯୁଗେଶ୍ୱରୀ , ପିତାମାତା ନିରଞ୍ଜନ ବାଗ ଓ ଝରଣା ବାଗ ଘରକୁ ଜିଲ୍ଲାପାଳ ମଧୁସୂଦନ ଦାସ ,ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବିଡ଼ିଓ ସୁଶାନ୍ତ କୁମାର ରଣା,ତହସିଲଦାର ସରିତା ଗୁପ୍ତା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା,ସରପଂଚ ରାମଲାଲ ପଣ୍ଡା ତଥା ଜିଲ୍ଲାସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ଅନ୍ୟାନ୍ୟ ଅଧିକାରୀ ଯାଇ ନବଜାତ ଶିଶୁକନ୍ୟାକୁ କୋଳରେ ଧରି ତାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । କନ୍ୟାର ବାପା ମାଆଙ୍କୁ ଉପହାର ପ୍ରଦାନ କରି ସେମାନଙ୍କ ଦ୍ୱାରା ନୂତନ ବୃକ୍ଷ ରୋପଣ କରାଇଥିଲେ l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଦୁଇ ଜଣ ଗର୍ଭବତୀ ମହିଳା ଦୀପାଞ୍ଜଳୀ ବାଗ ଏବଂ ଜାହ୍ନବୀ ବାଗଙ୍କୁ ଏହି ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଭେଟି ଦେଇଥିଲେ l ଜିଲ୍ଲାପାଳ ଏମାନଙ୍କ ପରିବାର ଲୋକଙ୍କୁ ଗର୍ଭବତୀ ମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ଗ୍ରାମବାସୀମାନଙ୍କ ଉତ୍ସାହ ଦେଖି ଅତିଥି ମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ l ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ ଡୋଟୋ ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା l ଏହାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ପ୍ରୋଗ୍ରାମ ଅଫିସର ନମିତା ପାଢ଼ୀ, ବୋଡ଼େନ ସିଡିପିଓ ଅର୍ଚ୍ଚନା ରାଉତ ଓ ସମସ୍ତ ମହିଳା ପରି ଦର୍ଶିକା ଏବଂ ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଅୟୋଜନ କରିଥିଲେ।
What's Your Reaction?






