ପଲଶାଗୋରା କଲେଜ ରେ ଜୋନ ସ୍ତରୀୟ ବାଳିକା ଖୋ ଖୋ ପ୍ରତିଯୋଗିତା ଉଦଯାପିତ ମୁରିବାହାଲ କଲେଜ ଚାମ୍ପିଆନ

କଣ୍ଟାମାଳ : ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜୋନ -ବି ସ୍ତରୀୟ ବାଳିକା ଖୋ ଖୋ ପ୍ରତିଯୋଗିତା ସୋମବାର ଉଦଯାପିତ ହୋଇଯାଇଛି |ଉଦଯାପନୀ ମ୍ୟାଚ ପଲଶାଗୋରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମୁରିବାହାଲ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ହୋଇଥିବା ବେଳେ ମୁରିବାହାଲ ଦଳ 7-1 ପଏଣ୍ଟ ରେ ବିଜୟୀ ହୋଇ ଚାମ୍ପିଆନ ହୋଇଥିଲା |ଖେଳ ଗୁଡିକୁ କ୍ରୀଡା ଶିକ୍ଷକ ଅରୁଣ ଖଟୁଆ,ଅଞ୍ଜନ ବେହେରା,ଶମ୍ବୁ ନାଗ, କୈଳାଶ ନାଏକ, ସଞ୍ଜୟ ସାହୁ ପରିଚାଳନା କରିଥିଲେ |ପରେ କଲେଜ ଅଧ୍ୟକ୍ଷ ଡକ୍ଟର ସୁରେଶ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବ ରେ ଅତିଥି ଭାବେ ରାଜ୍ୟ ପିଇଟି ଏସୋସିଏସନ ସମ୍ପାଦକ ରାମକୁମାର ସାହୁ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ | ସ୍ଥାନୀୟ କଲେଜ କ୍ରୀଡା ଶିକ୍ଷକ ନାରାୟଣ ପ୍ରଧାନ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖେଳ ଗୁଡିକ ହୋଇଥିବା ବେଳେ କଲେଜ ଅଧ୍ୟାପକ ବିଶେଶ୍ୱର ପାଣିଗ୍ରାହୀ, ପ୍ରଜ୍ଞା ପାରିମିତା ମିଶ୍ର,କବିତା ପୋଢ଼,ଓ ଅନ୍ୟମାନେ ସହଯୋଗ କରିଥିଲେ |
What's Your Reaction?






