ପଳସା ଗୋରା ପଂଚାୟତ ଛକ ଠାରୁ କଲେଜ ରାସ୍ତା ଦେଇ ବାଘମୁଣ୍ଡା ରାସ୍ତା ପାର୍ଶ୍ୱ ଆଲୋକିକରଣପାଇଁ ଦାବି

Sep 2, 2024 - 08:48
 0  22
ପଳସା ଗୋରା ପଂଚାୟତ ଛକ ଠାରୁ କଲେଜ ରାସ୍ତା ଦେଇ ବାଘମୁଣ୍ଡା ରାସ୍ତା ପାର୍ଶ୍ୱ ଆଲୋକିକରଣପାଇଁ ଦାବି

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍ (ପୂର୍ଣ୍ଣ ଚରଣ ସାହୁ)
କଣ୍ଟାମାଳ ବ୍ଲକ ପଳସାଗୋରା ପଂଚାୟତ ଅନ୍ତର୍ଗତ ପଳସାଗୋରା ପଂଚାୟତ ଅଫିସ ଛକ ଠାରୁ ବଘୀଆବାହାଲ ପରା ଦପଳା ରାସ୍ତାର ବାଘମୁଣ୍ଡା ସ୍କୁଲ ପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟ ଜଳାଇବା ପାଇଁ ଦାବି ହେଉଛି l ଏହି ରାସ୍ତାଟି ଉଭୟ ଦପଳା ଓ ଲମ୍ବଶରୀ ପଂଚାୟତ ପର୍ଯ୍ୟନ୍ତ ବିସ୍ତୃତ ଅଟେ l ପଂଚାୟତ ଅଫିସ ଛକ ଠାରୁ ପଂଚାୟତ କଲେଜ ସମ୍ମୁଖଦେଇ ସନ୍ଧ୍ୟା ସମୟରେ ଗଲାବେଳେ ଅନ୍ଧାରରେ ଲଟା,ବୁଦlରୁ ସାପ ଓ ବିଷାକ୍ତ ଜୀବଜନ୍ତୁ ଆକ୍ରମାଣରେ ଅନେକ ଥର ଛୋଟ ଛୋଟ ପିଲା ଛୁଆ, ବୃଦ୍ଧ, ବୃଦ୍ଧା ଲୋକେ ଆକ୍ରାନ୍ତ ହୋଇଛନ୍ତି l ରାତ୍ର ଆଠଟା, ନଅଟା ପର୍ଯ୍ୟନ୍ତ ସ୍କୁଲ ଛାତ୍ର ଛାତ୍ରୀ ଏହି ରାସ୍ତା ଦେଇ ଟିଉସନ ପଢି ଯାଇଥାନ୍ତି l ଅନ୍ଧାରରେ ଅନେକ ହଇରାଣ ମଧ୍ୟ ହୁଅନ୍ତି l ଏଣୁ ଏହି ରାସ୍ତା ପାର୍ଶ୍ୱ ଆଲୋକିକରଣ କରାଯିବାକୁ ସାଧାରଣରେ ଦାବି ହେଉଛି l

What's Your Reaction?

like

dislike

love

funny

angry

sad

wow