ଋଣ୍ଡିମହୁଲରେ ବିଜେପିର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଋଣ୍ଡିମହୁଲ ଗ୍ରାମପଞ୍ଚାୟତ ର ଋଣ୍ଡିମହୁଲ ସନ୍ଥlଶ୍ରମ ଠାରେ ବିଜେପିର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ବିଜେପି ନେତାତଥା ସରପଞ୍ଚ ପଞ୍ଚାନନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କର୍ମୀସମ୍ମିଳନୀ ରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଯୋଗଦେଇ କର୍ମୀମାନଙ୍କ ନିଷ୍ଠା ଓ ଏକାଗ୍ରତା ଯୋଗୁଁ ଦୀର୍ଘ ବ୍ୟବଧାନ ପରେ ସେମାନଙ୍କ ଦଳୀୟ ବିଧାୟକ ପାଇଛନ୍ତି l ତେଣୁ ମତେ ଜଣେ ସେବକ ଭାବେ ଆପଣମାନେ ସେବାର ସୁଯୋଗ ଦେଇଥିବାରୁ ମୁଁ ତାହାକୁ ଅତୁଟ ରଖିବି ବୋଲି କହିଥିଲେ ଏବଂ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କଣ୍ଟାମାଳ ନିର୍ବାଚନମଣ୍ଡଳୀରୁ ସର୍ବାଧିକ ୬ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବିଧାୟକ ଶ୍ରୀ ଡାଙ୍ଗ ଭୁୟସୀ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇ ଅଂଚଳର ସେମାନେ ଗର୍ବ ଗୌରବ ବୋଲି କହିଥିଲେ l ମେଘା ଜଳସେଚନ ଦ୍ୱାରା ଚାଷୀମାନେ କିପରି ଉପକୃତ ହୋଇପାରିବେ ସେ ଦିଗରେ ସେ ଚେଷ୍ଟା କରିବା ସହ ଋଣ୍ଡିମହୁଲ ପଞ୍ଚାୟତର ସମସ୍ତ ଅଧୁରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବ ବୋଲି ପଂଚାୟତବାସୀଙ୍କୁ କହିଥିଲେ l ସର୍ବୋପରି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ପଞ୍ଚlୟତରେ ଅଧିକରୁ ଅଧିକ ସଦସ୍ୟତା ପାଇଁ ଗୁରୁତ୍ୱ ଦେବାକୁ ବିଧାୟକ ଶ୍ରୀ ଡାଙ୍ଗ କର୍ମୀମାନଙ୍କୁ କହିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲାଉପସଭାପତି ଚିତ୍ତରଞ୍ଜନ ପାତ୍ର,ବରିଷ୍ଠନେତାସୂର୍ଯ୍ୟ କୁମାର ଦେହୁରୀ, କୃଷ୍ଣ କହଁର, କେଦାରନାଥ ସାହୁ, ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନ,ପିନାକଧର ରଣା, ଓମପ୍ରକାଶ ମିଶ୍ର,ବିରୁପାକ୍ଷ ବାରିକ, କୃଷ୍ଣ ସାହୁ, ଅଶୋକ ବାରିକ,ସନତ କୁମାର ବାରିକ,ଉମାକାନ୍ତ ବାରିକ ,ଏକାଦଶିଆ ଖେତି, ଲିଙ୍ଗ ଦନ୍ତା, ମନସାହୁ, ସୁନ୍ଦରମଣି ବାରିକ,ସମେତ ବହୁ ସଂଖ୍ୟାରେ କର୍ମୀ ମାନେ ଯୋଗ ଦେଇଥିଲେ l
What's Your Reaction?






