ପାତାଳ ଗଙ୍ଗା ମହୋତ୍ସବ ଉଦଘାଟିତ
ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)
ବହୁ ପ୍ରତିକ୍ଷିତ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ ପାତାଳଗଙ୍ଗା ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି। ମାଁ ଦ୍ବାରଶନୀ ପୀଠରୁ ମଶାଳ ଶୋଭାଯାତ୍ରା ବାହାରି ହାଇସ୍କୁଲ ପଡିଆରେ ପହଞ୍ଚି ବୋଡେନ ବସ୍ତି ପରିକ୍ରମା କରିଥିଲେ । ରାମ କାଠି,ଘୁମୁରା,କିର୍ତ୍ତନ ସହ ମଶାଲ ଶୋଭାଯାତ୍ରା ହାଇସ୍କୁଲ ପଡିଆରେ ପହଞ୍ଚି ଥିଲେ । ସନ୍ଧ୍ଯା କାର୍ଯ୍ୟକ୍ରମରେ ମାଁ ଦ୍ବାରଶନୀଙ୍କୁ ଝାଙ୍କର ମୋହନ ସିଂ ମାଝୀ ପୂଜାର୍ଚ୍ଚନା କରିଥିଲେ ।
ଆୟୋଜକ କମିଟି ସଭାପତି ଲମ୍ବୋଦର ନିଆଲଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡିଏଭି କଲେଜ ଟିଟିଲାଗଡ଼ ପୂର୍ବତନ ଅଧ୍ୟକ୍ଷ ଛାୟାକାନ୍ତ ଷଡଙ୍ଗୀ ମୁଖ୍ଯ ବକ୍ତା, ନୂଆପଡା ବିଧାୟକ ଜୟ ଢୋଲକିଆ, ନୂଆପଡା ଜିଲ୍ଲା ପରିଷଦ ସଭାପତି ଡଲି ମାଝୀ,ବୋଡ଼େନ ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗ, ଖଡିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତୀ, ଜିଲ୍ଲା ପରିଷଦ ସଭ୍ୟା ସ୍କୃତି ସିଂ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଉମାକାନ୍ତ ବେହେରା ଓ ମୁକେଶ ଦଣ୍ଡସେନା ଅତିଥି ପରିଚୟ, ସ୍ବାଗତ ସମ୍ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ । ସାସ୍କୃତିକ କାର୍ଯ୍ଯକ୍ରମ ସ୍ବରଝଙ୍କାର ଓଡିଶୀ,ଅମଲତା ଡେନ୍ସ ଗ୍ରୁପ ନୂଆପଡା, ସୈାରଭ ବଘେଲ ଡାନ୍ସ ଗ୍ରୁପ ଡୁଆଝର,ପନଥୀ ଖଡିଆଳ, ସ୍ବରଝଙ୍କାର ଫୋକ୍ ଡେନ୍ସ ଖଡିଆଳ, ରମେଶ ଗୁର୍ତ୍ତା ପଦ୍ମପୁର ,ଗ୍ଯାନଦୟୋ କେରାପଦର ଆଦିଙ୍କ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।ଲୋକଙ୍କ ମନକୁ ଆହୁରି ଆକୃଷ୍ଟ କରୁଥିଲା ମିନା ବଜାର ସହ ଅନେକ ଷ୍ଟଲ ।
ଉପସଭାପତି ଯୋଗେନ୍ଦ୍ର ନାଥ ମାଝୀ, ସମ୍ପାଦକ ଗରୁଡଧ୍ଵଜ ଦଣ୍ଡସେନା, ସହ ସମ୍ପାଦକ ରାଜୁ ହେର୍ଣ୍ଣା , କୋଷାଧ୍ୟକ୍ଷ ରୋହିତ ଦଣ୍ଡସେନା, ସଂଯୋଜକ ଫାରୁକ ମହମ୍ମଦ, ସହ ସଂଯୋଜକ ବୈଷ୍ଣବ ଦୁରିଆ , କମିଟି ସଦସ୍ୟ ଲୋକନାଥ ଛତ୍ରିଆ, ଡମବୁଢା ଗୁଆଲ, ସୌଦାଗର ସାହୁ, ବେଣୁଧର ଜଗତ, ଭରତ ବୈଠାରୁ, ଜ୍ଯୋତି ରାଜ ଦଣ୍ଡସେନା, ସୁନା ଚରଣ ମାଝୀ, ହୃଷିକେଶ ବିଶ୍ବାଲ, ଇନ୍ଦ୍ରମଣୀ ମାଝୀ, ଓଙ୍କାର ମାଝୀ, ନିତେଶ ମାଝୀଙ୍କ ସମେତ ଯାହାଙ୍କୁ ଯେଉଁ ଦାୟୀତ୍ୱ ପ୍ରଦାନ କରାଯାଇଛି ସେମାନେ ପରିଚାଳନାରେ ସହଯୋଗ କରିଥିଲେ ।
What's Your Reaction?