ପୁଣି ଏକ ମାଈ ହାତୀ ର ମୃତ୍ୟୁ

Sep 13, 2024 - 09:09
 0  31
ପୁଣି ଏକ ମାଈ ହାତୀ ର ମୃତ୍ୟୁ

ନର୍ଲା: ଲୋକ୍ ଆବାଜ୍.ଇନ୍( ଜଗତ୍ ରାମ୍ ସାହୁ ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗିଡି ମାଲ୍ ନିକଟସ୍ଥ ଏକ ବିଲ ପାଖରେ ଏକ ମାଈ ହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଛି। ମାଈ ହାତୀ ର ବୟସ ପାଖା ପାଖି ୧୫ ବର୍ଷ ହେବ।ପାରିପାର୍ଶ୍ବିକ ଅବସ୍ଥିତିକୁ ଦେଖି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ର ମୃତ୍ୟୁ ଘଟିଥିବା ଜଣା ପଡ଼ୁଚି।କିଛି ଚାଷୀ ନିଜ ଚାଷ କୁ ବଞ୍ଚେଇ ବାକୁ ହେଉ କିମ୍ବା ଵାରାହା ଶିକାର କରିବା ଉଦ୍ଦେଶ୍ୟ ରେ ଏଭଳି କାମ କରିଥିବା ସନ୍ଦେହ ହେଉଛି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସାଧାରଣ ରେ ଦାବୀ ହେଉଛି।ଘଟଣା ସ୍ଥଳରେ ବନ ବିଭାଗ ଓ ବିଦ୍ୟୁତ୍ ବିଭାଗ ର କର୍ମଚାରୀ ମାନେ ପହଞ୍ଚି ଅଧିକ ତଦନ୍ତ ଜାରି ରଖଚନ୍ତି।

What's Your Reaction?

like

dislike

love

funny

angry

sad

wow