ପୁଣି ବାଲିଗୁଡା ପ୍ରଶାସନ ପକ୍ଷରୁ ଜବତ ଦଖଲ ଉଚ୍ଛେଦ ଭୟ ଆତଙ୍କ ରେ ଜମି ମାଫିଆ ଓ ସରକାରୀ କର୍ମଚାରୀ :

Mar 8, 2025 - 19:18
 0  64
ପୁଣି ବାଲିଗୁଡା ପ୍ରଶାସନ ପକ୍ଷରୁ ଜବତ ଦଖଲ ଉଚ୍ଛେଦ ଭୟ ଆତଙ୍କ ରେ ଜମି ମାଫିଆ ଓ ସରକାରୀ କର୍ମଚାରୀ :

ପୁଣି ବାଲିଗୁଡା ପ୍ରଶାସନ ପକ୍ଷରୁ ଜବତ ଦଖଲ ଉଚ୍ଛେଦ

ଭୟ ଆତଙ୍କ ରେ ଜମି ମାଫିଆ ଓ ସରକାରୀ କର୍ମଚାରୀ

ବାଲିଗୁଡା: ଲୋକ୍ ଆଵାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା  ରେ ଦିନ କୁ ଦିନ ସରକାରୀ ଜମି ଜବର ଦଖଲ ବେଆଇନ ଇଟାଭାଟି ଗଢି ଉଠୁଥିବାରୁ ବାଲିଗୁଡା ପ୍ରଶାସନ ପକ୍ଷରୁ କାର୍ଯ୍ୟl ନୁଷ୍ଠାନ ଆରମ୍ଭ ହୋଇଛି l ଦ୍ଵିତୀୟ ପର୍ଯ୍ୟାୟ ରେ  ମୌଜା  ର ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ  ର ପଣସ ପଡି ଅଞ୍ଚଳ ରେ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି l ଦୀର୍ଘ ବର୍ଷ ହେବ ବାଲିଗୁଡା    ଏନଏସିର  ନୁଆସାହି  ଦଣ୍ଡପଦର  ପଣସପଡି  ଗୁଳିମରା   ମୁଣ୍ଡାସାହି ଭଗାମୁଣ୍ଡା, ସୁନାପାଙ୍ଗା ଜାମପଦା   ଆଦି ବସ୍ତିରେ  ଜମି ମାଫିଆ ବେଶ ସକ୍ରିୟ ହୋଇ  ବଡ  ବଡ  ଅଟ୍ଟାଳିକା ନିର୍ମାଣ କରି  ଵିକ୍ରୟ  ଓ  ଭଡା ସୂତ୍ରରେ  ଦେଇ  ଲକ୍ଷ ଲକ୍ଷ ଟଙ୍କା ରୋଜଗାର  କରୁଥିବା  ଅଭିଯୋଗ ପରେ    ଆକ୍ସନ ମୋଡ଼ରେ ତହସିଲଦାର l ପୁଣି ବାଲିଗୁଡା ଏନ. ଏ. ସି ର ଏଗାର ନମ୍ବର ୱାର୍ଡ ରେ ତହସିଲଦାର ଦୀପ୍ତି ରଞ୍ଜନ ବେହେରା ଓ ପୋଲିସ ପ୍ରଶାସନ ଉପସ୍ଥିତି ରେ 

, ସରକାରୀଜମିକୁ ଜବରଦଖଲ କରି ସରକାରୀ କର୍ମଚାରୀ ଓ ଧନୀକ ଶ୍ରେଣୀ ର ବ୍ୟକ୍ତି ଅଟ୍ଟାଳିକା ନିର୍ମାଣ କରିଥିବା   ଜବତ ଦଖଲ ଜମି କୁ ଉଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି  llବାଲିଗୁଡ଼ା ଏନ୍ ଏ ସି ର   ବିଭିନ୍ନ ୱାର୍ଡରେ  ହୋଇଥିବା  ସରକାରୀ ଜମି ବେ ଦଖଲ ଉପରେ ଉଛେଦ ଅଭିଯାନ ପର୍ଯ୍ୟାୟ କ୍ରମେ ସବୁ ୱାର୍ଡ ରେ   ଆରମ୍ଭ ହେବ ବୋଲି  ସୂଚନା   ଦେଇଛନ୍ତି ତହସିଲଦାର ଦିପ୍ତୀ ରଞ୍ଜନ ବେହେରା lବାଲିଗୁଡ଼ାରେ ସହର ରେ ସତୁରୀ ପ୍ରତିଶତ ସରକାରୀଜମିଉପରେ ବେଆଇନ କୋଠା ନିର୍ମାଣହୋଇଛି ପର୍ଯ୍ୟାୟକ୍ରମେ ବେଆଇନ ଦଖଲ ଉଚ୍ଛେଦ କରି ସମସ୍ତ ସରକାରୀ ଜମି ସରକାରୀ ଖାତାକୁ ଫେରିବ ବୋଲି lତହସିଲଦାର ଗଣ ମାଧ୍ୟମ କୁ କହିଛନ୍ତି lଶ୍ରୀ  ବେହେରା ସ୍ୱଳ୍ପସମୟମଧ୍ୟରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ କରିଥିବାରୁ ସହରବାସୀ ସାଧୁବାଦ୍ ଜଣାଇଥିବା ବେଳେ କିଛି  ଜମି ମାଫିଆ ଙ୍କ ଆଖିରୁ ନିଦ ହଜି ଯାଇଛି ମାଫିଆ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି l ଶସ୍ତା ରେ ଜମି ମିଳୁ ଥିବାରୁ ସରକାରୀ କର୍ମଚାରୀ  ଦଲାଲ ଙ୍କ ଠାରୁ ଜମି କିଣି ଘର କରିବା ପ୍ରସ୍ତୁତ ଚଳାଇ ଥିବା ବେଳେ ହଠାତ୍ ତହସିଲଦାର ଚଢ଼ାଉ କରି ଜବର ଦଖଲ ଉଛେଦ କରିଥିଲେ l ଏହି ଉଛେଦ ପ୍ରକ୍ରିୟା ଦ୍ଵାରା  ଜମିକ୍ରୟ କରି ଘର କରିଥିବା ସରକାରୀ କର୍ମଚାରୀ ବ୍ୟବସାୟୀ ଠିକାଦାର ଓ ରାଜନେତା ଙ୍କ ମନରେ ଛନକା ପଶିଛି l

What's Your Reaction?

like

dislike

love

funny

angry

sad

wow