ପୋଲ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ..... ମରାମତି ଦାବୀ

ବାଲିଗୁଡା :ଲୋକ ଆବାଜ.ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ବିପଦ ସଂକୁଳ ଅବସ୍ଥାରେ ନବ ନିର୍ମିତ ପୋଲ l ଋତୁଙ୍ଗିଆ ରୁ ପାରିଗଡ଼ କୁ ସଂଯୋଗ କରୁଥିବା ରାସ୍ତାର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନବ ନିର୍ମିତ ପୋଲ ବିପଦ ସଂକୁଳ ଅବସ୍ଥା ରେ ଥିବାରୁ ଥିବା ଦେଖିବାକୁ ମିଳିଛି l ପୋଲର ଉଭୟ ପାର୍ଶ୍ଵରେ ଗାର୍ଡ ୱାଲ ନିର୍ମାଣ ହୋଇନଥିବାରୁ ପୋଲର ଉଭୟ ପାର୍ଶ୍ୱରେ ମାଟି ଖାଇ ଗଲାଣି l ଠିକାଦାର ନିମ୍ନ ମାନର କାମ କରି ବିଲ ପାଇ ଛୁ ମାରିଥିବା ବେଳେ ହୀନସ୍ତା ଭୋଗିଛନ୍ତି ଗ୍ରାମବାସୀ l ଏହି ରାସ୍ତାଟି ପାରିଗଡ଼, ସୁବର୍ଣ୍ଣଗିରି ମାରଲଙ୍ଗ, ଶ୍ରୀରାମପୁର ସୁବର୍ଣ୍ଣଗିରି ଆଦି ଗ୍ରାମ ପଂଚାୟତ କୁ ସଂଯୋଗ କରୁଥିବାରୁ ଏହି ରାସ୍ତାଦେଇ ବହୁ ଯାନ ବାହାନ ଯାତାୟତ କରୁଚ୍ଛି ତେବେ ପୋଲଟି ଦୁର୍ଘଟଣା କୁ ନିମନ୍ତ୍ରଣ କରୁଛି l
ଏହାର ତୁରନ୍ତ ମରାମତି କରିବାକୁ ପlରିଗଡ଼ ଗ୍ରାମବାସୀ ଦାବୀ କରିଛନ୍ତି ତେବେ ବିଭାଗୀୟ ଅଧିକାରୀ ତୁରନ୍ତ ଏହାର ମରାମତି ବ୍ୟବସ୍ଥା କରିବା ସହିତ ଉଭୟ ପାର୍ଶ୍ଵରେ ଗାର୍ଡ ୱାଲ ନିର୍ମାଣ ପାଇଁ ଦାବୀ ହୋଇଛି l
What's Your Reaction?






