ପ୍ରତିଭା ଅନ୍ୱେଷଣ ଓ ବିକାଶ କାର୍ଯ୍ୟ କ୍ରମ ଅନୁଷ୍ଠିତ

କଣ୍ଟାମାଳ ୨୧/୯(ଲୋକ ଆବାଜ. ଇନ, ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା, କଣ୍ଟାମାଳ ବ୍ଲକ ଅନ୍ତର୍ଗତ ନରସିଂହପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ *ଆମ ପ୍ରୟାସ* ବିଳାସପୁର ସଙ୍ଗଠନ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ର ସାମୁହିକ ବିକାଶ ତଥା ସେମାନଙ୍କର ଲୁକ୍କାୟିତ ପ୍ରତିଭା ପ୍ରଦଶନ, ଦକ୍ଷତା ବୃଦ୍ଧି ଏବଂ ବ୍ୟକ୍ତିତ୍ୱର ବିକାଶ ପାଇଁ ଏକ ପ୍ରତିଯୋଗୀତାମୂଳକ *ପ୍ରତିଭା ଅନ୍ଵେଷଣ ଓ ବିକାଶ କାର୍ଯ୍ୟକ୍ରମ*କାମେଶ୍ୱର ଭୋଇ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାରେ ସମୁଦାୟ 20 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ସେମାନଙ୍କ ମଧ୍ୟରୁ ପ୍ରବନ୍ଧରେ ଦିବାନୀ ଭୁକ୍ତା ପ୍ରଥମ,ରାଜୀବ ଦୀପ ଦ୍ଵିତୀୟ,ଧରିତ୍ରୀ ଦନ୍ତା ତୃତୀୟଚିତ୍ରାଙ୍କନ ରେ ସ୍ଵାଗତ ଖଣ୍ଡଗିରି ପ୍ରଥମ , ରମିତ୍ ତଣ୍ଡିଆ ଦ୍ୱିତୀୟ,ଅଂଶୁମାନ ବାରିକ ତୃତୀୟ ବକ୍ତବ୍ୟ ରେ- ମିନାକ୍ଷୀ ମେନ୍ଦିଲି ପ୍ରଥମ, ସ୍ମୃତିସମୃଧି ସିଂହ ଦ୍ଵିତୀୟ,ଅବନ୍ତି ରାଜହଂସ ତୃତୀୟଗୀତରେ ,ଅବନ୍ତି ରାଜହଂସ ପ୍ରଥମ ଏକକ ନୃତ୍ୟ ରେ ,ଝିଲି ଖଣ୍ଡଗିରି ପ୍ରଥମ ଲିଲିମା ମେଣ୍ଡିଲୀ ଦ୍ଵିତୀୟସମୂହ ନୃତ୍ୟରେ - ଲିପୁନ ସେଠୀ ଓ ବିଜ୍ଞାନ ସେଠୀ ସମେତ 14 ଜଣ ପ୍ରତିଯୋଗୀ କୃତିତ୍ୱ ହାସଲ କରିଥିଲେ l କାର୍ଯ୍ୟ କ୍ରମରେ ମୂଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶିବ ପ୍ରସାଦ ଖମାରୀ ସଙ୍ଗଠନ ର କାର୍ଯ୍ୟ କଳାପ ଉପରେ ଖୁସି ହୋଇ ସାଧୁବାଦ୍ ଜଣାଇ ସଙ୍ଗଠନ ର ଦୀର୍ଘାୟୁ କାମନା କରିଥିଲେ । ସମ୍ମାନୀୟ ଅତିଥି ଭାବରେ ବିଳାସପୁର କ୍ଲଷ୍ଟର ର CRCC ଶିଆରସିସି ସଞ୍ଜୟ ଜଗଦଲା, ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷିନ୍ଦ୍ର ମେଣ୍ଡିଳୀ, ବିଳାସପୁର ଉ ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜଗମୋହନ କର୍ମୀ, ତାଳପଡା ପ୍ରଥମିକ ବିଦ୍ୟାଳୟର ଶିକ୍ଷକ ଦନାର୍ଦନ ବାରିକ , ବିଚିକା ଉ ପ୍ରା ବିଦ୍ୟାଳୟ ର ଶିକ୍ଷକ ରାମକୁମାର ନାଏକ ଠୁରୁବନ୍ଧଳି ପ୍ରଥମିକ ବିଦ୍ୟାଳୟର ଶିକ୍ଷକ ଚମାରୁ ଦାସ, ଯୋଗଦେଇ ଥିଲେ l ନରସିଂହପୁର ବିଦ୍ୟାଳୟର ଶିକ୍ଷକ ଚିତ୍ତରଞ୍ଜନ ବାରିକ, ମୃତ୍ୟୁଞ୍ଜୟ ସାହୁ, ସୁଶାନ୍ତ ପରିଡ଼ା ଓ ସ୍ବାଗତ ସୁନ୍ଦର ନାୟକ ଉପସ୍ଥିତ ଥିଲେ ।ଖାଏରହଣା ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଗେଜ, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାଜେନ୍ଦ୍ର ନାଏକ ଓ କିରିକିଚିପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମହୋନ ଗେଜ ବିଚାରପତି ର କାର୍ଯ୍ୟ ତୁଲାଇ ଥିଲେ । ସାଧାରଣ ସମ୍ପାଦକ ଘନଶ୍ୟାମ ସୁନା,କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ l ରିତାଞ୍ଜଳି ଲୁହା, ସୁଧୀର ନାଏକ ଓ ରିଲୁ ମହାନନ୍ଦ କାର୍ଯ୍ୟକ୍ରମ କୁସହଯୋଗ କରିଥିଲେ ।
What's Your Reaction?






