ପ୍ରଧାନମନ୍ତ୍ରୀ ଙ୍କ ଇଣ୍ଟର୍ନସିପ ଯୋଜନା ସମ୍ପର୍କିତ କର୍ମଶାଳା

Feb 25, 2025 - 21:52
Feb 26, 2025 - 04:33
 0  27
ପ୍ରଧାନମନ୍ତ୍ରୀ ଙ୍କ ଇଣ୍ଟର୍ନସିପ  ଯୋଜନା ସମ୍ପର୍କିତ କର୍ମଶାଳା

ପ୍ରଧାନ ମନ୍ତ୍ରୀଙ୍କ ଇଣ୍ଟର୍ନସିପ ଯୋଜନା ସମ୍ପର୍କିତ କର୍ମଶାଳା 

ନୂଆପଡ଼ା: ଲୋକ୍ ଆଵାଜ୍.ଇନ୍(ରାମନାଥ ପଣ୍ଡା)

ବୋଡ଼େନ:- ଜାତୀୟ ସେବା ସଂସ୍ଥା ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନ ଓ କର୍ମ ସଂସ୍ଥାନ ନିୟୋଜିତ କାର୍ଯ୍ୟାଳୟ ନୂଆପଡ଼ାର ମିଳିତ ସହଯୋଗରେ ପ୍ରଧାନ ମନ୍ତ୍ରୀ ଇଣ୍ଟର୍ନସିପ ଯୋଜନା ସମ୍ପର୍କିତ କର୍ମଶାଳା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବୋଡ଼େନ ଠାରେ ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷ ଅବନୀ କୁମାର ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜାତୀୟ ସେବା ଯୋଜନାର ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ,ଅଧ୍ୟାପକ ଗୌରହରି ମେହେର,କର୍ମ ସଂସ୍ଥାନ ନିୟୋଜିତ କାର୍ଯ୍ୟାଳୟ ନୂଆପଡ଼ାର ଯୁବ ପ୍ରତିଭା ଖଗପତି ମେହେର ଓ ବିଶେଷଜ୍ଞ ଦିବ୍ୟାଂଶୁ ଗୁପ୍ତା ପ୍ରମୁଖ ଯୋଗଦାନ କରିଥିଲେ ।ଦକ୍ଷତା ବିକାଶ କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଧ୍ୟାପକ ସନ୍ତୋଷ କୁମାର ମୁଣ୍ଡ ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ଛାତ୍ର ଛାତ୍ରୀମାନେ ପାଠ ପଢ଼ା ପରେ ବିଭିନ୍ନ କର୍ମ ସଂସ୍ଥାନରେ କିପରି ଯୋଗଦାନ କରିବେ ସେ ସମ୍ପର୍କରେ ତଥ୍ୟ ରଖିଥିଲେ ।ଅନ୍ୟ ଅତିଥି ଦିବ୍ୟାଂଶୁ ଗୁପ୍ତା ଓ ଖଗପତି ମେହେର ଛାତ୍ର ଛାତ୍ରୀମାନେ ଇଣ୍ଟର୍ନ ସିପ କାର୍ଯ୍ୟରେ ନିଜ ନାମ ପଞ୍ଜିକୃତ କରାଇବା ପାଇଁ ପ୍ରଶିକ୍ଷଣ ଦେଇଥିଲେ ।ଏତଦ୍ ବ୍ୟତୀତ ଆଇ ଆଇ ଟି ଦିଲ୍ଲୀ ତଥା ଓଡ଼ିଶା ଦକ୍ଷତା ବିକାଶ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ପ୍ରଫେସର ରାଘବନ ଆଭାସି ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଏ ଆଇ ସମ୍ପର୍କିତ ବାର୍ତ୍ତା ପ୍ରଦାନ କରି ନିଜ ନାମ ପଞ୍ଜିକୃତ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ଧନ୍ୟବାଦ୍ ଅର୍ପଣ କରି ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ଓ କଲେଜର କର୍ମଚାରୀମାନଙ୍କୁ ସାଧୁବାଦ୍ ଜଣାଇଥିଲେ ।

What's Your Reaction?

like

dislike

love

funny

angry

sad

wow