ପ୍ରାଣୀ ଚିକିତ୍ସା କେନ୍ଦ୍ର ରାସ୍ତା ଉପରେ ଜବର ଦଖଲ କରି ଦୋକାନ ଗୃହ ନିର୍ମାଣ କୁ ବିରୋଧ କରିବାରୁ ଯୁବକ ଙ୍କୁ ମାଡ ଅଭିଯୋଗ ଥାନାରେ ଏତେଲା l ତୁରନ୍ତ ବେଆଇନ ଉଛେଦ ପାଇଁ ଦାବୀ କଲା ଜ଼ିଲ୍ଲା ନାଗରିକ ଫୋରମ l

ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ସହର ର ମଧ୍ୟଭାଗରେ ଥିବା ପ୍ରାଣୀ ଚିକିତ୍ସାପ୍ରାଣୀ ଚିକିତ୍ସା କେନ୍ଦ୍ର ରାସ୍ତା ଉପରେ ଜବର ଦଖଲ କୁ ବିରୋଧ କରିବାରୁ ଯୁବକ ଙ୍କୁ ମାଡ ଅଭିଯୋଗ ବାଲିଗୁଡା ଥାନାରେ ଏତେଲା l ସୂଚନା ଅନୁଯାୟୀ ବାଲିଗୁଡା ର ମାଆ ପାଟ୍ଟଖଣ୍ଡl ଦୁର୍ଗାପୂଜା ସମିତି ବେ ଆଇନ ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଏନ ଓ ସି ନନେଇ ସ୍ପଷ୍ଟ ଦିବା ଲୋକରେ ସର୍ବସାଧାରଣ ଜମି ରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରୁଛି ଏବଂ ବାଲିଗୁଡା ପ୍ରାଣୀ ଚିକିତ୍ସା କେନ୍ଦ୍ରର ରାସ୍ତା କୁ ନିଜ ଦଖଲ କୁ ନେଇ ରାସ୍ତା ଉପରେ ଛାତ ପକାଇ ଦୋକାନ ଗୃହ ନିର୍ମାଣ କରୁଛି ଏହାକୁ ବିରୋଧ କରି ବଜାର ସାହିର ଆଶିଷ କୁମାର ମହାପାତ୍ର ନାମକ ଜଣେ ଯୁବକ ପ୍ରାଣୀ ଚିକିତ୍ସା କେନ୍ଦ୍ର ରାସ୍ତା କୁ ବେଆଇନ ଦଖଲ ହୋଇ ନିର୍ମାଣ ହେଉଛି ବୋଲି ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରିଥିଲେ l
ଗତ ରାତିରେ କୌଣସି ସୂତ୍ର ରୁ ଦୁର୍ଗାପୂଜା ର କମିଟି ସଦସ୍ୟ ଖବର ପାଇ ଆଶୁତୋଷ ଙ୍କ ଘରକୁ ଯାଇ ଗାଳିଗୁଲଜ କରିବା ସହିତ କମିଟି ର ସଦସ୍ୟ ମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି l କମିଟି ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ଦିଆଯାଇଛି l ପୋଲିସ ଦୁଇଟି ଯାକ ଅଭିଯୋଗ ପତ୍ର ରଖି ତଦନ୍ତ ଚଳାଇଛି l _କଂଧମାଳ ଜିଲ୍ଲା ରେ ଦିନକୁ ଦିନ ହ୍ରାସ ପାଇଛି ସରକାରୀ ଜମି l ଏପରିକି ସରକାରୀ ଅଫିସ୍ କୁ ମଧ୍ଯ ଛାଡ଼ୁ ନାହାନ୍ତି ଜବର ଦଖଲକାରୀ l ପୂର୍ବରୁ ମାଆ ପlଟଖଣ୍ଡ ଦୂର୍ଗା ପୂଜା ସମିତି ଗ୍ରାମପଞ୍ଚାୟତ ପକ୍ଷରୁ ନିର୍ମାଣ କରାଯାଇ ଥିବା ଶୌଚାଳୟ ସ୍ଥାନ ରେ ଗୃହ ଦୋକାନ ଗୃହ ନିର୍ମାଣ କରିଥିଲା ବର୍ତ୍ତମାନ ପ୍ରାଣୀ ଚିକିତ୍ସା କେନ୍ଦ୍ର ରାସ୍ତା ଉପରେ ଛାତ ପକାଇ ଜବର ଦଖଲ ପାଇଁ ପ୍ରୟାସ ଚଳାଇଛି , ଚିକିତ୍ସାକେନ୍ଦ୍ର ଭିତରେ ବାଲି, ଗୋଡି, ସିମେଣ୍ଟ, ନିର୍ମାଣ ସାମଗ୍ରୀ ରଖିଛି ଫଳରେ ପ୍ରାଣୀ
ଚିକିତ୍ସା ସେବା ବ୍ୟାହତ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି l ଚିକିତ୍ସା କେନ୍ଦ୍ର କୁ ଆସୁଥିବା ଚାରି ଚକିଆ ଯାନ ଆମ୍ବୁଲାନ୍ସ ଯାତାୟାତ ରେ ଅସୁବିଧା ହେଉଛି l ସର୍ବସାଧାରଣ ଜମି ଉପରେ କମିଟି ବାଲିଗୁଡ଼ା ବିଜ୍ଞାପିତ ପରିଷଦ ରୁ ନୋ ଓବଜେକ୍ସନ ସାର୍ଟି ଫିକେଟ ନେଇ ନ ଥିବା ଜଣାଅପଡ଼ିଛି l ସର୍ବସାଧାରଣ ପ୍ରାଣୀ ଚିକିତ୍ସା କେନ୍ଦ୍ର ରାସ୍ତା ଉପରେ ବ୍ୟବସାୟ ଉଦ୍ଦେଶ୍ୟରେ ଦୋକାନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି କିନ୍ତୁ ପ୍ରଶାସନ ପାଖରେ ଖବର ନାହିଁ l ଏନ୍ ଏ ସି ଠାରୁ କୌଣସି ପ୍ରକାର ସାର୍ଟିଫିକେଟ ନ ନେଇ କିଭଳି ଦୋକାନ ଗୃହ ନିର୍ମାଣ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ମାର୍କେଟ କମ୍ପ୍ଲେକ୍ସ ରେ ଶୌଚାଳୟ ନଥିବାରୁ ବଜାର କୁ ଆସୁଥିବା ମହିଳା ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପ୍ରଶାସନ ପକ୍ଷରୁ ଏହାର ନିରପେକ୍ଷ ତଦନ୍ତ କରି ଆଇନ ଅନୁଯାୟୀ ତୁରନ୍ତ ବେଆଇନ ନିର୍ମାଣ ବନ୍ଦ କରି ସର୍ବ ସାଧାରଣ ରାସ୍ତା ରୁ ବେଆଇନ ଜବର ଦଖଲ ଉଛେଦ କରି ପ୍ରାଣୀ ଚିକିତ୍ସା କେନ୍ଦ୍ର କୁ ରାସ୍ତା ସଫା କରିବା କୁ ବିରିଷ୍ଠ ସାମ୍ବାଦିକ ତଥା ଜ଼ିଲ୍ଲା ନାଗରିକ ଫୋରମ ର ବାଲିଗୁଡା ପ୍ରତିନିଧି ପ୍ରମୋଦ କୁମାର ଦଣ୍ଡସେନା ଦାବୀ କରିଛନ୍ତି l
What's Your Reaction?






